ଲକ୍ଷ୍ନୌକୁ ୨୧୧ ରନ୍‌ର ଟାର୍ଗେଟ ଦେଲେ ଚେନ୍ନାଇ

38

ଆଇପିଏଲ୍‌ରେ ଆଜି ମୁମ୍ବାଇର ବ୍ରାବୋର୍ଣ୍ଣ ଠାରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି। ଆଜିର ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅନ୍ୟପଟେ ବ୍ୟାଟିଂକୁ ଓହ୍ଲାଇଥିବା ଚେନ୍ନାଇ ୨୧୦ ରନ୍‌ର ବିଶାଳ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୧୦ ରନ କରିଛି। ଆଜିର ମ୍ୟାଚ୍ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସକୁ ୨୧୧ ରନ କରିବାକୁ ହେବ।

ସୁପର କିଙ୍ଗସ୍‌ ପକ୍ଷରୁ ଓପନର ରବିନ୍‌ ଉଥପ୍ପା ବିସ୍ଫୋରକ ବ୍ୟାଟିଂ କରି ଚଳିତ ସିଜନର ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୨୭ ବଲରେ ୮ଚୌକା ଏବଂ ଗୋଟିଏ ଛକା ସହ ୫୦ ରନ ପୂରା କରିଛନ୍ତି।

ଅନ୍ୟପଟେ ଶିବମ ଦୁବେ ମଧ୍ୟ ଆଜି ଧୁଆଁଦାର ପାଳି ଖେଳିଛନ୍ତି। ହେଲେ ଦୁର୍ଭାଗ୍ୟ ବଶତଃ ସେ ଅର୍ଦ୍ଧଶତକରୁ ମାତ୍ର ଗୋଟିଏ ରନ୍‌ରେ ବଞ୍ଚିତ ହୋଇଥିଲେ। ଶିବମ ୩୦ ବଲରୁ ୪୯ରନ କରି ଆଉଟ୍ ହୋଇଯାଇଥିଲେ।

ଚେନ୍ନାଇର ଅନ୍ୟ ବ୍ୟାଟ୍ସମ୍ୟାନ୍ ଯଥା- ଋତୁରାଜ ଗାୟକ୍ୱାଡ ୧ ରନ୍ କରିଥିବା ବେଳେ ମୋଇନ୍‌ ଅଲ୍ଲୀ ୨୨ ବଲରୁ ୩୫ରନ, ଅମ୍ବାତି ରାୟୁଡୁ ୨୭ରନ, କ୍ୟାପ୍ଟେନ୍ ରବିନ୍ଦ୍ର ଜାଡେଜା ୧୭ରନ, ଡ୍ୱେନ୍‌ ପ୍ରିଟୋରିଅସ୍‌ ଶୂନ ରନ କରି ଆଉଟ ହୋଇଛନ୍ତି। ଶେଷକୁ ବ୍ୟାଟିଂ କରିବାକୁ ଆସିଥିବା ଏମ୍‌ ଏସ୍‌ ଧୋନୀ ୧୬ ରନ ଏବଂ ଡ୍ୱେନ୍‌ ବ୍ରାଭୋ ୧ ରନ କରି ଅପରାଜିତ ରହିଥିଲେ।

ଲକ୍ଷ୍ନୌ ପକ୍ଷରୁ ଅବେସ୍‌ ଖାନ ୪ ଓଭରରେ ୩୮ରନଦେଇ ୨ ୱିକେଟ, ଦୁଷ୍ମନ୍ତ ଚାମିରା ୪ ଓଭରରେ ୪୯ରନ, ଆଣ୍ଡ୍ର‍୍ୟ ଟାଏ ୪ ଓଭରରେ ୪୦ ରନ ୨ ୱିକେଟ, କୃନାଲ୍‌ ପାଣ୍ଡ୍ୟା ୩ ଓଭରରେ ୩୬ରନ, ରବି ବିଷ୍ଣୋୟୀ ୪ ଓଭରରେ ୨୪ରନ ୨ୱିକେଟ୍‌ ଏବଂ ଦୀପକ ହୁଡ୍ଡା ୧ ଓଭରରେ ୧୨ରନ ଦେଇଛନ୍ତି ।

Comments are closed, but trackbacks and pingbacks are open.