ଓଡ଼ିଶା ହେଉଛି ନକ୍ସଲ ମୁକ୍ତ: ମୁଖ୍ୟମନ୍ତ୍ରୀ

62

ଭୁବନେଶ୍ୱର: ‘ନକ୍ସଲ ମୁକ୍ତ ଓଡ଼ିଶା’ ଗଠନ କ୍ଷେତ୍ରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏହା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ ନେତୃତ୍ୱରେ ହୋଇଛି। ସୁରକ୍ଷା ବାହିନୀଙ୍କ ଅଦମ୍ୟ ସାହସିକତା ଏବଂ ମାଓ ନିପାତ ଅଭିଯାନରେ କନ୍ଧମାଳର ଶୀର୍ଷ ମାଓ ନେତାମାନେ ନିହତ ହେଉଥିବା ବେଳେ ସରକାରଙ୍କ ମାନବୀୟ ‘ପୁନର୍ବାସ ଯୋଜନା’ ଅନେକଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛି । ଯବାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଓ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ବାହିନୀକୁ ଶକ୍ତିଶାଳୀ କରିବା ଭଳି ସରକାରଙ୍କ ପଦକ୍ଷେପ ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ମାଓ ମୁକ୍ତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed, but trackbacks and pingbacks are open.