ନବୀନ ନିବାସରେ ପହଞ୍ଚି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

77

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଶନିବାର ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ସହିତ ଶୀଘ୍ର ସୁସ୍ଥ ହୋଇ ବିଧାନସଭା ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ନବୀନଙ୍କୁ କହିଛନ୍ତି । ଗତ କିଛି ଦିନ ତଳେ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା । ଡିହାଇଡ୍ରେସନ କାରଣରୁ ସେ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ହସ୍ପିଟାଲରେ ନବୀନଙ୍କୁ ଭେଟିବାକୁ କାହାକୁ ଅନୁମତି ଦିଆଯାଇ ନ ଥିଲା ଏମିତିକି ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ଭେଟିବାକୁ ଦିଆଯାଇନଥିଲା । ନବୀନ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସକୁ ଆସିବାକୁ ସମସ୍ତଙ୍କୁ ଏକ ଭିଡ଼ିଓ ଜରିଆରେ କହିଥିଲେ। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟରେ ନବୀନଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ଦିଲ୍ଲୀରୁ ଆସି ତାଙ୍କୁ ଭେଟିଥିଲେ। ଏବେବି ପ୍ରେମ ପଟ୍ଟନାୟକ ନବୀନ ନିବାସରେ ଉପସ୍ଥିତ ଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.