ଶସ୍ତା ହେଲା ଇ-ଯାନ :୫୦ ହଜାର ତାଙ୍କ ପର୍ଯ୍ୟନ୍ତ ମିଳିବ ସବସିଡି

16

ଆଜି ଠାରୁ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଲେକ୍ଟ୍ରି ଗାଡ଼ିଗୁଡ଼ିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଜି ବିଭିନ୍ନ ଧରଣର ଇଲେକ୍ଟ୍ରି ଗାଡ଼ି ଉପରେ ୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି। ଏହି ସବସିଡି ପିଛିଲା ଭାବେ ୨୦୨୧ ସେପ୍ଟେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ। ଇଲେକ୍ଟ୍ରି ଗାଡ଼ିର ରେଜିଷ୍ଟ୍ରେସନ ଫି ଓ ମୋଟରଯାନ ଟିକସ ଆଦାୟକ୍‌ୁ ରାଜ୍ୟ ସରକାର ପୂର୍ବରୁ ଛାଡ଼ କରିଥିଲେ। ରାଜ୍ୟରେ ସମସ୍ତ ପ୍ରକାରର ଇଲେକ୍ଟ୍ରିଚାଳିତ ଗାଡ଼ିଗୁଡ଼ିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ଫି’ ଓ ମୋଟର ଯାନ ଟିକସ ଆଦାୟକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ।

ରାଜ୍ୟ ଇଲେକ୍ଟ୍ରି ଯାନ ନୀତି-୨୦୨୧ ଅନୁସାରେ ସରକାର ସମସ୍ତ ପ୍ରକାରର ବିଦ୍ୟୁତଚାଳିତ ଯାନ କ୍ରୟ ଉପରେ ଅତିରିକ୍ତ ୧୫% ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଏହି ସବସିଡି ପ୍ରଦାନ କରାଯିବ । ବିଦ୍ୟୁତଚାଳିତ ଦୁଇଚକିଆ ଯାନରେ ସର୍ବାଧିକ ୫ହଜାର ଟଙ୍କା, ତିନିଚକିଆ ଯାନରେ ୧୦ହଜାର ଟଙ୍କା ଓ ଚାରିଚକିଆ ଯାନରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ସରକାର ଯୋଗାଇ ଦେବେ । ଏହା ବାଦ୍ ଉକ୍ତ ଗାଡ଼ିଗୁଡ଼ିକ କ୍ରୟବେଳେ ରେଜିଷ୍ଟ୍ରେସନ ଫି କିମ୍ବା ମୋଟର ଯାନ ଟିକସ ଆଦାୟ ମଧ୍ୟ କରାଯିବ ନାହିଁ । ଓନିଶା ଇଲେକ୍ଟ୍ରି ବାହନ ନୀତି-୨୦୨୧ର ପ୍ରାବଧାନ ଆଧାରରେ ରାଜ୍ୟ ସରକାର ଏସବୁ ଗାଡ଼ିର ବିକ୍ରି ଓ ଚଳପ୍ରଚଳ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.