ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର

343

ଭୁବନେଶ୍ୱର: ଅଗଷ୍ଟ ପହିଲା ଦିନରୁ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଶୁଣାଇଛନ୍ତି ସରକାର । ଖାଉଟୀମାନଙ୍କ ପାଇଁ ଶସ୍ତା ହୋଇଛି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର । ଏଣିକି ୧୦୦ରୁ ବି କମ୍ ଟଙ୍କାରେ ମିଳିପାରିବ ଗ୍ୟାସ । ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟ ମାସର ପ୍ରଥମ ଦିନରେ ଏହି ସୂଚନା ଦେଇଛନ୍ତି ସରକାର । ଏଣିକି ୧୯ କେ.ଜି ଗ୍ୟାସ ସିଲିଣ୍ଡରର ଦାମ୍ ୯୯.୭୫ ଟଙ୍କାକୁ ଖସିଛି । ତେବେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦାମ୍ ୧୬୮୦ ଟଙ୍କାକୁ ହ୍ରାସ ପାଇଛି । ଯାହାଦ୍ୱାରା ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି ସାଧାରଣ ଲୋକେ । ଏହାପୂର୍ବରୁ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୮୦ ଟଙ୍କା ଥିଲା । ତେବେ ଭିନ୍ନ ଭିନ୍ନ ସହରରେ କମରସିଆଲ ମୂଲ୍ୟ ଅଲଗା ରହିଛି | ନୂଆଦିଲ୍ଲୀରେ କମରସିଆଲ ସିଲିଣ୍ଡରର ମୂଲ୍ୟ ୧୬୮୦ ଟଙ୍କା ହୋଇଥିବାବେଳେ କୋଲକାତାରେ ଏଲପିଜି ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୩ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ୧୮୦୨.୫୦ ଟଙ୍କାରେ ଏହା ଉପଲବ୍ଧ ହେବ। ମୁମ୍ବାଇରେ ଏହି ସିଲିଣ୍ଡର ବର୍ତ୍ତମାନ ୧୬୪୦.୫୦ ଟଙ୍କାରେ ବିକ୍ରି ହେବ, ଯାହା ଜୁଲାଇ ମାସରେ ୧୭୩୩.୫୦ ଟଙ୍କାରେ ବିକ୍ରି ହେଉଥିଲା |

ଥି ସହିତ ଚେନ୍ନାଇରେ ଏଲପିଜି ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୮୫୨.୫୦ ଟଙ୍କାରେ ଉପଲବ୍ଧ ହୋଇଥିବାବେଳେ ଜୁଲାଇ ମାସରେ ଏହାର ମୂଲ୍ୟ ୧୯୪୫ ଟଙ୍କା ଥିଲା | ଉଲ୍ଲେଖ ଥାଉ କି ମାର୍ଚ୍ଚରୁ ଘରୋଇ ଗ୍ୟାସର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ମାର୍ଚ୍ଚରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଦେଶର ରାଜଧାନୀରେ ଘରୋଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୧୧୦୩ ଟଙ୍କା ରହିଛି। ଯେତେବେଳେ କି ମୁମ୍ବାଇରେ ୧୧୦୨.୫୦, କୋଲକାତାରେ ୧୧୨୯ ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୧୧୧୮.୫୦ ଟଙ୍କାରେ ବିକ୍ରି ହେଉଛି। କେବଳ ଘରୋଇ ଗ୍ୟାସର ମୂଲ୍ୟ ନୁହେଁ, କିଛି ମାସ ଧରି ସିଏନଜି ଏବଂ ପିଏନଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ | ଏହା ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଦୀର୍ଘ ସମୟ ଧରି ପରିବର୍ତ୍ତନ ହୋଇନାହିଁ। ଦେଶର ରାଜଧାନୀ ସମେତ ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରହିଛି।

Comments are closed, but trackbacks and pingbacks are open.