ସିବିଆଇ କାର୍ଯ୍ୟାଳୟରେ ଆତ୍ମସମର୍ପଣ ପରେ ଚର୍ଚ୍ଚିତ ମିଶ୍ର ଗିରଫ

34

ଆତ୍ମ ସମର୍ପଣ ପରେ ଗିରଫ ହେଲେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚିତ ମିଶ୍ର । ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ I ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଆଜି ଭୋର ୪ଟାରେ ଆସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଜେରା ଚାଲିଥିଲା I ଏହା ପୂର୍ବରୁ ମହିମା ମିଶ୍ରଙ୍କ ସହିତ CBIର ଅଭିଯୁକ୍ତ ତାଲିକାରେ ଥିଲେ ଚର୍ଚ୍ଚିତ ମିଶ୍ର । ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି ।

ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଧିକ ପଚରାଉଚରା ପାଇଁ ୧୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ପାରାଦୀପ ପୋର୍ଟ ଟ୍ରଷ୍ଟ ଚିଫ ମେକାନିକାଲ ଇଞ୍ଜିନିୟରଙ୍କ ସହ ୩ ଜଣଙ୍କୁ ବାନ୍ଧିଛି ସିବିଆଇ । ଗତକାଲି ମହିମା ମିଶ୍ରଙ୍କ ଘର ଓ OSLରେ ହୋଇଥିଲା CBI ଚଢ଼ଉ । ମୋଟ୍‌ ୧୫ଟି ସ୍ଥାନରେ ଚଢଉରେ ୮୪ଲକ୍ଷ ୫୦ହଜାର ଟଙ୍କା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଆଜି ଚର୍ଚିତ ମିଶ୍ରଙ୍କୁ ଗିରଫ କରି ତାଙ୍କ ସ୍ୱାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ଚର୍ଚ୍ଚିତଙ୍କ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିବାରୁ ତାଙ୍କ ପାଇଁ ଘର ଖାଇବା ଓ ମେଡିସିନ ଯୋଗାଇ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି।

Comments are closed, but trackbacks and pingbacks are open.