ରାଜଧାନୀ ରାଜା ରାସ୍ତାରେ ଚାଞ୍ଚଲ୍ୟକର ଘଟଣା

443

ଭୁବନେଶ୍ୱର: ରକ୍ତରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା  । ରାତିଅଧରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ  । ଏମିତି କିଛି ଘଟଣା ଘଟିଛି ଭୁବନେଶ୍ବର ମଙ୍ଗରାଜ ପଏଣ୍ଟରୁ ପୁରୀ ବାଇପାସ୍ ରୋଡ୍ ଯିବା ରାସ୍ତାରେ  । ସୂଚନା ମୂତାବକ ଗତକାଲି କେ-ଓ୍ବାନ୍ ସିକ୍ୟୁରିଟି ଏଜେନ୍ସିରେ ସିକ୍ୟୁରିଟି ଗାର୍ଟ ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରାଯାଇଛି ।

ଗୁରୁତର ସିକ୍ୟୁରିଟି ଗାର୍ଡ ଜଣକ ଗୌରାଙ୍ଗ ଦାସ ବୋଲି ଜଣାପଡିଛି  । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୌରାଙ୍ଗ ଏକ ଅଟୋ ସୋ ରୁମ୍ ରେ କାମ କରୁଥିଲେ ବେଳେ ଏହି ଅଘଟଣ ଘଟିଛି ।  

ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡିନଥିବାବେଳେ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି ।

Comments are closed, but trackbacks and pingbacks are open.