ଜହ୍ନ ରାଇଜରେ ଚନ୍ଦ୍ରଯାନ-୩କୁ ସ୍ୱାଗତ କଲା ଚନ୍ଦ୍ରଯାନ-୨

26

ଚନ୍ଦ୍ରଯାନ -୩ ଧୀରେ ଧୀରେ ନିଜ ଲକ୍ଷ୍ୟସ୍ଥଳ ଆଡକୁୁ ଅଗ୍ରସର ହେଉଛି । ଏହା ଚନ୍ଦ୍ରଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଛି । ଅବତରଣ କରିବାକୁ ଏପରି ଏକ ସୁରକ୍ଷିତ ସ୍ଥାନ ଖୋଜୁଛି ଯେଉଁଠାରେ ବୋଲ୍ଡର କି ଖାଲ ନଥିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ -୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୧୭ ତାରିଖରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ।

ଏହାରି ଭିତରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଛି । କକ୍ଷପଥର ଆକାର ହ୍ରାସ କରାଯିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ପ୍ରଦକ୍ଷିଣ କରୁଛି । ୨୩ ତାରିଖ ସଂଧ୍ୟା ୬ଟା ୪ମିନିଟ୍ରେ ଅବତରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ । ଚନ୍ଦ୍ରଯାନ-୩ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର । ଏହି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ଖଂଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।

Comments are closed, but trackbacks and pingbacks are open.