ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀ ତଥ୍ୟ ଚୋରି ଘଟଣା : ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

29

ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଚୋରି ଘଟଣାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ଅରୁଣ କୁମାର ବୁଧିଆଙ୍କ ପକ୍ଷରୁ ମାମଲା ଦାୟର ହୋଇଛି। ସିବିଆଇ, ଏନ୍‌ଆଇଏ କିମ୍ବା ଏସ୍‌ଆଇଟି ଦ୍ୱାରା ମାମଲାର ତଦନ୍ତ ପାଇଁ ଆବେଦନ କରାଯାଇଛି। ପିଆଇଏଲ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଇଟିଆର୍‌କୁ ପକ୍ଷଭୁକ୍ତ କରାଯାଇଛି।
ପାକିସ୍ତାନୀ ଗୁପ୍ତଚରଙ୍କୁ ଡିଆର୍‌ଡିଏର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ଆଇଟିଆର୍‌ର ୫ ଜଣ ଠିକା କର୍ମଚାରୀ,ଏସି ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀଙ୍କୁ ଗିରଫ କରିଥିଲା। ଦ୍ଵିତୀୟ ଦିନ ରେ ଆଉ ଜଣେ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା ସେ ଡିଆର୍‌ଡିଓର ବରିଷ୍ଠ ଅଧିକାରୀଙ୍କ ଗାଡ଼ି ଚଳାଉଥିଲେ। ଏହି ମାମଲା ର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର।
ଘଟଣା ର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ୫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡରେ ନେଇଥିଲା। ରିମାଣ୍ଡରେ ଥିବା ବେଳେ ୫ ଅଭିଯୁକ୍ତଙ୍କ ଭିତରୁ ବସନ୍ତ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ବସନ୍ତଙ୍କ ଆକାଉଣ୍ଟକୁ ଥରେ ୨୮ ହଜାର ଓ ଆଉଥରେ ୧୪ ହଜାର ଟଙ୍କା ଯାଇଛି। ହନିଟ୍ରାପରେ ଫସିଥିବା ଅଭିଯୁକ୍ତଙ୍କ ପାଖରୁ କ୍ରାଇମବ୍ରାଞ୍ଚ ୩ଟି ଲାପଟପ୍‌, ୪ ଜଣଙ୍କ ମୋବାଇଲ ଜବତ କରିଛି। ଜବତ କରାଯାଇ ସରଞ୍ଜମାରୁ ତଥ୍ୟ ସଂଗ୍ରହ ପାଇଁ ଫୋରେନ୍‌ସିକ ଲ୍ୟାବକୁ ପଠାଯାଇଛି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ପ୍ରତିଦିନ ନୂଆ ନୂଆ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି।

Leave A Reply

Your email address will not be published.