ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ଆଉଜଣେ ଅଭିଯୁକ୍ତ ଗିରଫ

21

ଚାନ୍ଦିପୁର ଡିଆରଡିଓ ରୁ ତଥ୍ୟ ଲିକ ରିଥିବା ଘଟଣାରେ ୫ମ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ । ପୂର୍ବରୁ ୪ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ I ଏ ସମସ୍ତେ ହେଉଛନ୍ତି ଡିଆରଡିଓ ର ଠିକା କର୍ମଚାରୀ I ୫ମ ଅଭିଯୁକ୍ତ ସଚିନ କୁମାର ଡିଆରଡିଓରେ ଡ୍ରାଇଭର ଭାବେ କାମ କରୁଥିଲେ । ଗିରଫ ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯିବା ସହ ପଚରାଉଚରା କରାଯାଉଛି । ସଚିନଙ୍କ ଗିରଫ ପରେ ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି । ଏହାପୂର୍ବରୁ ଗତ ମଙ୍ଗଳବାର ଦିନ ଡିଆରଡିଓର ତଥ୍ୟ ଲିକ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ । ଏବେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଜେରା କରିବ ।
ମିଳିଥିବା ସୂଚନା ଅନୁସାରେ ଜଣାଯାଇଛି ଯେ ୨୦୧୫ମସିହା ରେ ଠିକା ଫୋଟୋଗ୍ରାଫର ଇଶ୍ୱର ବେହେରା ମଧ୍ୟ ଏହି ତଥ୍ୟ ଲିକ ମାମଲାରେ ଧରାପଡିଥିଲା I ଏହା ପରେ ଶତୃରାଷ୍ଟ୍ର ର ନଜର ଡିଆରଡିଓ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଉପରେ ରହିଥିଲା I ସେମାନେ ପ୍ରଥମେ ଫେସବୁକ ରେ କର୍ମଚାରୀ ଙ୍କ ନାଁ ଖୋଜିବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଛଦ୍ମ ନାଁ ରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥାନ୍ତି I
ଏହି ୫ ଜଣ କର୍ମଚାରୀ ମଧ୍ୟ ସମାନ ଭାବରେ ଫସିଥିଲେ ଓ ପାକିସ୍ତାନର ଜଣେ ମହିଳାଙ୍କ ହନିଟ୍ରାପରେ ପଡିଥିଲେ । ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ ଜଣାପଡିଛି କି, ପାକିସ୍ତାନୀ ମହିଳାଙ୍କ ସହ ଅଭିଯୁକ୍ତମାନେ ନିୟମିତ ଯୋଗାଯୋଗରେ ରହିବା ସହ ଟଙ୍କା କାରବାର କରୁଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ପରେ ଅଭିଯୁକ୍ତଙ୍କ ଆକାଉଂଟକୁ ଆସୁଥିଲା ପୁଳା ପୁଳା ଟଙ୍କା । ବର୍ଷେ ହେବ ଟଙ୍କା କାରବାର ଚାଲିଥିଲା । ଅନଲାଇନ ମାଧ୍ୟମରେ ଟଙ୍କା କାରବାର ହେଉ ଥିବାରୁ କେତେ ଟଙ୍କା ଆକାଉଣ୍ଟକୁ ଆସିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ତଥ୍ୟ ଲିକ ଘଟଣାରେ ସାମ୍ନାକୁ ଆସୁଛି ଆହୁରି ସାଂଘାତିକ ତଥ୍ୟ । ସୂଚନା ଅନୁସାରେ, ତଥ୍ୟ ଲିକ ନେଇ ଗିରଫ ଅଭିଯୁକ୍ତ କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପାକ ମହିଳାଙ୍କ ସହ ବସନ୍ତ ବେହେରାର ଅଧିକ ସମ୍ପର୍କ ଥିଲା । ମହିଳାଙ୍କ ସହ ହ୍ୱାଟ୍ସଅପ ଭିଡିଓରେ ଭିଡିଓ କଲିଂ ଓ ଚାଟ କରୁଥିଲା ବସନ୍ତ । ଏପିରିକି ଅଶ୍ଲୀଳ ଭିଡିଓ ଚାଟ ବି ହୋଇଥିବା ସାଂଘାତିକ ସତ ସାମ୍ନାକୁ ଆସୁଛି । ବସନ୍ତ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସମ୍ପର୍କ ଯୋଡି ହୋଇଥିଲା । ଏପରିକି ମହିଳା ଜଣକ ଚାନ୍ଦିପୁର ଆସିବାକୁ ଚାହୁଁଥିବା ବି ଜଣାଯାଇଛି ।ତେବେ ବ୍ୟାଙ୍କ ଆକାଉଣ୍ଟ ନମ୍ବରର ତଥ୍ୟ ଆଣି ତଦନ୍ତକୁ ଆଗକୁ ବଢାଯାଉଛି । ତେବେ ଡ୍ରାଇଭର ସଚିନଙ୍କ ସମେତ ଆଉ ୪ ଜଣ ଠିକା କର୍ମଚାରୀ ଗିରଫ ହେବା ପରେ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ ଚାଲିଛି ।
ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବର୍ଷ ବର୍ଷ ଧରି ଠିକା କର୍ମଚାରୀ ଭାବେ କାମ କରୁଥିଲେ ଅଭିଯୁକ୍ତ । ଏହି ଘଟଣା ପରେ ଏବେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀ ରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀ ଙ୍କୁ ଆସିବାକୁ ବାରଣ କରାଯାଇଛି I ଠିକକର୍ମଚାରୀ ମାନଙ୍କୁ ମୋବାଇଲ ନେବା ବାରଣ ରହିଥିଲେ ବି ସେମାନେ କେମିତି ଫୋଟୋ ନେବା ସହିତ ଅନ୍ୟାନ୍ୟ ତଥ୍ୟ ପ୍ରେରଣ କଲେ ତାହା ପ୍ରଶ୍ନବାଚୀ I

Leave A Reply

Your email address will not be published.