ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି। ଆଜିଠାରୁ ୭ ଦିନ ଯାଏଁ ପାଗ କୌଣସି ପରିବର୍ତ୍ତନ ନାହିଁ । ଆଦ୍ରତା ଓ ଗୁଳୁଗୁଳି ପାଇଁ କାଁଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର , କଟକ, ଗଂଜାମ ଓ ପୁରୀ ଜିଲ୍ଲାର ଗୋଟେ ଓ ଦୁତି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ସେହିପରି ଆସନ୍ତାକାଲି କେନ୍ଦ୍ରାପଡା,ଜଗତସିଂପୁର ,କଟକ,ଗଂଜାମ , ଗଜପତି, କନ୍ଧମାଳ ନୟାଗଡ ମୟୂରଭଞ୍ଜ କେନ୍ଦୁଝର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରରହିବ । ସେପଟେ ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ମାତ୍ରାଧିକ ଥିବାରୁ ଶୀତ ଅନୁଭବ ହେଉନାହିଁ । ଏହାସହ ଦିନର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହୁଛି । ଧୀରେ ଧୀରେ ଶୀତ ଯଦିଓ ପଡ଼ିଲାଣି କିନ୍ତୁ ଏହିସବୁ କାରଣରୁ ତାହା ଅନୁଭବ ହେଉନାହିଁ । ଆଉ କିଛିଦିନ ପରେ ଅର୍ଥାତ ଆଗାମୀ ସପ୍ତାହ ଆଡକୁ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
Comments are closed, but trackbacks and pingbacks are open.