ରେଢ଼ାଖୋଲରେ ହେବ କେନ୍ଦ୍ରୀୟ ବିଦ୍ୟାଳୟ : ଜାଗା ଚିହ୍ନଟ କଲେ କେନ୍ଦ୍ରିୟ ଟିମ୍

442

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର କୁରୁମ ଟିକିରାରେ କେନ୍ଦ୍ରୀୟ ବିଦ୍ୟାଳୟ ହେବା ପାଇଁ ଜମି ଚିହ୍ନଟ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଆଜି ସକାଳେ ଭୁବନେଶ୍ବର ଓ ସମ୍ବଲପୁରରୁ ଆସିଥିବା ଏକ ସ୍ବତନ୍ତ୍ର ୫ ଜଣିଆ କେନ୍ଦ୍ରିୟ ଟିମ୍ କ୍ଷେତ୍ର ପରିଦର୍ଶନ କରି କୁରୁମ ଟିକିରାରେ ଏକ ସ୍ଥାୟୀ ଜାଗା ଚିହ୍ନଟ କରିଛନ୍ତି। ଏଥି ସହିତ ଅସ୍ଥାୟୀ କ୍ୟାମ୍ପସ ପାଇଁ ମଧ୍ୟ ଭୀମଭୋଇ କଲେଜର ଶ୍ରେଣୀ ଗୃହ ବୁଲି ଦେଖିଛନ୍ତି। କୁରୁମ ଟିକିରାରେ ୧୦ ଏକର ଜମିରେ ତିଆରି ହେବ କେନ୍ଦ୍ରୀୟ ବିଦ୍ୟାଳୟ। ଜାଗା ଚିହ୍ନଟ ସମୟରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ରେଢ଼ାଖୋଲ ତହସିଲଦାର ଙ୍କ ସମେତ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.