ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ରେ ୟୁଜରନେମ୍ ଫିଚରକୁ ନେଇ ସରକାରୀ ସ୍ତରରେ ତନାଘନା ଚାଲିଥିବା ବେଳେ ଏବେ ଅନ୍ୟତମ ପ୍ରମୁଖ ମେସେଜିଂ ଆପ୍ ‘ଟେଲିଗ୍ରାମ’ ସରକାରଙ୍କ ସ୍କାନରକୁ ଆସିଛି। ଭାରତରେ ବଢ଼ୁଥିବା ଅନଲାଇନ୍ ପାଇରେସି ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଟେଲିଗ୍ରାମକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ପାଇରେସି ବିରୋଧୀ ବ୍ୟବସ୍ଥାକୁ ସୁଦୃଢ଼ କରି ଆସନ୍ତା ୧୫ ଦିନ ମଧ୍ୟରେ ଏକ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ କହିବା ଅନୁସାରେ, ଏହି ପ୍ଲାଟଫର୍ମରେ ବହୁ ସଂଖ୍ୟାରେ ପାଇରେଟେଡ୍ ଫିଲ୍ମ, ଓଟିଟି କଣ୍ଟେଣ୍ଟ ଏବଂ କପିରାଇଟ୍ ଉଲ୍ଲଂଘନ କରୁଥିବା ସାମଗ୍ରୀ ବେଆଇନ ଭାବେ ସେୟାର କରାଯାଉଛି। ଏହାଦ୍ୱାରା ଚଳଚ୍ଚିତ୍ର ଶିଳ୍ପ ଏବଂ ମନୋରଞ୍ଜନ କ୍ଷେତ୍ରର ସ୍ରଷ୍ଟା ମାନେ ଆର୍ଥିକ ସ୍ତରରେ ବ୍ୟାପକ କ୍ଷତି ସହୁଛନ୍ତି।
Comments are closed, but trackbacks and pingbacks are open.