ତୈଳ ଉପରେ ଉତ୍ପାଦ ଶୁଳ୍କ କମାଇଲା କେନ୍ଦ୍ର ,ଏବେ ରାଜ୍ୟ ସରକାର ୧୪ ଟଙ୍କା ଭାଟ କମାନ୍ତୁ :ବିଜେପି ସଭାପତି ସମୀର ମହାନ୍ତି

16

ଦୀପାବଳିରେ ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦ ଶୁଳ୍କ କମାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାଧାରଣ ଲୋକଙ୍କୁ ବଡ ଆଶ୍ବସ୍ତି ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ପାଇଁ ଭାରତ ଦେଶ ଅନ୍ୟ ଦେଶ ଉପରେ ନିର୍ଭର କରେ । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇଲେ । ରାଜ୍ୟ ସରକାରମାନଙ୍କୁ ମଧ୍ୟ ଭ୍ୟାଟ୍ କମାଇବା ପାଇଁ ଅପିଲ କଲେ । ପ୍ରଧାନମନ୍ତ୍ରୀଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ । ଓଡିଶା ସରକାର ଆଉ ୧୪ ଟଙ୍କା ଭ୍ୟାଟ୍ କମାଇବା ପାଇଁ ରାଜ୍ୟ ବିଜେପି ସଭାପତି ଦାବି କରିଛନ୍ତି ।ସେହିପରି ରୋଷେଇ ଗ୍ୟାସ ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଚେତାବନୀକୁ ଟାର୍ଗେଟ କରିଛି ବିଜେପି । ବିଜେଡି ନେତା ବିଜେପି ସହ ତର୍କ କରିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ପୂର୍ବରୁ ପେଟ୍ରୋଲ ଉପରେ ରାଜ୍ୟ ସରକାର ୩୨ ପ୍ରତିଶତ ଭାଟ ନେଉଥିବା ବେଳେ ଏବେ ଏହାକୁ ୨୮ ପ୍ରତିଶତକୁ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଂକା ୧୦ ପଇସା କମିଛି ।
ସେହିପରି ଡିଜେଲ ଉପରେ ପୂର୍ବରୁ ୨୮ ପ୍ରତିଶତ ଭାଟ ଆଦାୟ କରାଯାଉଥିବା ବେଳେ ଏହାକୁ ୨୪ ପ୍ରତିଶତକୁ କମାଇଛନ୍ତି ରାଜ୍ୟ ସରକାର । ଫଳରେ ଡିଜେଲ ଦର ଲିଟର ପିଛା ୨ ଟଂକା ୮୯ ପଇସା ହ୍ରାସ ପାଇଛି । ଭୁବନେଶ୍ୱରେ ଆଜି ପେଟ୍ରୋଲ ଲିଟର ପିଛା ଦର ୧୦୧ ଟଙ୍କା ୭୮ ପଇସା ରହିଥିବା ବେଳେ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ରହିଛି । ସେହିପରି କଟକରେ ପେଟ୍ରୋଲ ଦର ୧୦୫ ଟଙ୍କା ୨୬ପଇସା ଥିଲା ଯାହା ଆଜି ୧୦୨ଟଙ୍କା ୧୫ପଇସା ରହିଛି । ଡିଜେଲ ଦର ୯୪ଟଙ୍କା ୮୭ପଇସା ଥିବା ବେଳେ ଆଜି ଏହା ୯୧ଟଙ୍କା ୯୬ପଇସା ରହିଛି ।

Leave A Reply

Your email address will not be published.