କେନ୍ଦ୍ର ସରକାର ଙ୍କ ଦ୍ୱାରା ଶୁଭାରମ୍ଭ ହେଲା ‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିଶନ୍‌’ ସ୍ୱାସ୍ଥ୍ୟ କାର୍ଡ

30

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱାରା ଆଜି ‘ଆୟୂଷ୍ମାନ ଭାରତର ଡିଜିଟାଲ ମିଶନ୍‌’ ସ୍ୱାସ୍ଥ୍ୟ କାର୍ଡ ର ଶୁଭାରମ୍ଭ ହୋଇଛି ।ଏହାଦ୍ୱାରା ପ୍ରତ୍ୟେକ ଲୋକ ଏକ ୟୁନିକ ଆଇଡି କାର୍ଡ ପାଇବେ । ଏହି କାର୍ଡ ରେ ହିତାଧିକାରୀଙ୍କ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ଉଲ୍ଲେଖ ରହିବ । ଏହି କାର୍ଡରେ ଥିବା ତଥ୍ୟ ଗୋପନୀୟତା ଆଧାରରେ ସୁରକ୍ଷିତ ରହିବ । ଏହି ଯୋଜନା ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକ ଲାଭ ପାଇବେ।
ମୁଖ୍ୟତଃ ଦେଶର ଗରିବ ଏବଂ ମଧ୍ୟବିତ ପରିବାର ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି ମୋଦୀ କହିଛନ୍ତି । ଗଚତର୍ଷ ସ୍ୱାଧୀନତା ଦିବସ ଅବସରରେ ମୋଦୀ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ବାବଦରେ ଘୋଷଣା କରିଥିଲେ । ପ୍ରାଥମିକ ଭାବରେ ଦେଶର ୬ଟି କେନ୍ଦ୍ର ଶାସିତ ଅଂଚଳରେ ପରୀକ୍ଷାମୂଳକ ଭାବରେ ଆରମ୍ଭ ହୋଇଥିଲା । ତେବେ କେତେ ଥର ଯାଇଛନ୍ତି ହସ୍ପିଟାଲ, କ’ଣ ହୋଇଛି ଚିକିତ୍ସା, ଗୋଟିଏ କାର୍ଡରେ ରହିବ ତଥ୍ୟ । ଗୋପନୀୟତାକୁ ଗୁରୁତ୍ୱ ଦିଆଯିବ । ଏହି ଆଇଡି କାର୍ଡରେ ୧୪ ଅଂକ ବିଶିଷ୍ଟ ଏକ ନମ୍ବର ରହିଛି ଏହି ହେଲଥ ଆକାଉଣ୍ଟ ଭଳି ଏହା କାମ କରିବ ଇ ଏଥିରେ ମୋବାଇଲ ଆପ୍ଲିକେସନ ଜରିଆରେ ଆବଶ୍ୟକ ତଥ୍ୟ ପ୍ରଦାନ କରିହେବ ଏବଂ ମୋବାଇଲ ଫୋନ୍ ଜରିଆରେ ଏହି ଆଇଡି କାର୍ଡ ତିଆରି କରିହେବ I
ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦ୍ୱାରା ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସ୍ମାର୍ଟ କାର୍ଡ ର ବଣ୍ଟନ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି I

Leave A Reply

Your email address will not be published.