‘ଆକାଶ ଏୟାର’ କୁ କେନ୍ଦ୍ର ର ମଞ୍ଜୁରୀ : ଟାଟା ବନାମ ଝୁନଝୁନୱାଲା

25


ଦେଶର ୱାରେନ ବଫେଟ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ଏୟାରଲାଇନ୍ସକୁ ସରକାରଙ୍କ ଠାରୁ ଏନଓସି ସାର୍ଟିଫିକେଟ ମିଳିସାରିଛି । କମ୍ପାନୀ ଖୁବଶୀଘ୍ର ‘ଆକାଶ ଏୟାର’ ଏୟାରଲାଇନ୍ସର ଶୁଭାରମ୍ଭ କରିବାକୁ ଯାଉଛି । ତେବେ ଆସନ୍ତା ୨୦୨୨ ଗରମ ସିଜିନରେ ଆକାଶ ଏୟାର ଓ୍ବେଜ୍‌ର ଶୁଭାରମ୍ଭ କରାଯିବ । ଜେଟ୍‌ ଏୟାରଓ୍ବେଜ୍‌ର ପୂର୍ବତନ ସିଇଓ ବିନୟ ଦୁବେ ଏବେ ଏହାର ସିଇଓ ହୋଇଛନ୍ତି । ଏହି ଏୟାଲାଇନ୍ସ ଏବେ ଡିଜିସିଏର ଅନୁମତିକୁ ଅପେକ୍ଷା କରିରହିଛି । ଆକାଶ ଏୟାର ଭାରତୀୟ କମ୍ପାନୀ ହୋଇଥିବା ବେଳେ ଏଥିରେ ରାକେଶ ଝୁନଝୁନଓ୍ବାଲା ନିବେଶ କରିଛନ୍ତି। ଆକାଶ ଏୟାର ଏବଂ ଅନ୍ୟ ୩ଟି ଏୟାର ଲାଇନ୍ସ ଯାତ୍ରୀ ଏବଂ ଏୟାର କାର୍ଗୋ ସର୍ଭିସ୍ ଆରମ୍ଭ କରିବାକୁ ଏନଓସି ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଅଗଷ୍ଟ ୨୦୨୧ରେ ଆବେଦନ କରିଥିଲେ। ଏସଏନଭି ଆଭିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବ୍ରାଣ୍ଡ ନେମ୍‌ ଆକାଶ ଏୟାର ନାଁରେ ଉଡ଼ାଣ ଭରିବ। ସେପଟେ ସିଇଓ ବିନୟ ଦୁବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏନଓସି ପାଇଁ ଧନ୍ୟବାଦ ଜଣାଇଥିବା ବେଳେ ଆଗାମୀ ନିୟମ ପାଳନ ପାଇଁ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି। କିଛିଦିନ ପୂର୍ବରୁ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ ୧୮ କୋଟିରେ କିଣିଥିଲା । ତେବେ ଆକାଶ ପଥରେ ରାଜ କରିବା ନେଇ ଭବିଷ୍ୟରେ ଏହି ଦୁଇ କମ୍ପାନୀ ମଧ୍ୟରେ କଡ଼ା ଟକ୍କର ହୋଇପାରେ ।

ଅନ୍ୟପଟେ ବିମାନ କ୍ରୟ କରିବାକୁ ଆକାଶ ଏୟାର ବୋଇଂ ଏବଂ ଏୟାରବସ୍‌ ସହ ଆଲୋଚନା କରୁଛି। ନୂଆ ଏୟାର ଲାଇନ୍ସରେ ଝୁନଝନଓ୍ବାଲାଙ୍କ ୪୦ ପ୍ରତିଶତ ଅଂଶଧନ ରହିବ ବୋଲି କୁହାଯାଉଛି। ସେ ଏଥିରେ ୩.୫ କୋଟି ଡଲାର ନିବେଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ସହ ଇଣ୍ଡିଗୋର ପୂର୍ବତନ ଅଧ୍ୟକ୍ଷ ଆଦିତ୍ୟ ଘୋଷ ଆକାଶ ଏୟାରର ସହ ପ୍ରତିଷ୍ଠାତା ରହିବେ ।

Leave A Reply

Your email address will not be published.