ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ

26

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ପଦରୁ ବହିଷ୍କାର କରିବା ପାଇଁ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ସଂସଦରେ ଏକ ମହାଭିଯୋଗ ନୋଟିସ୍ ଦାଖଲ କରାଯାଇଛି। ଲୋକସଭା ଏବଂ ରାଜ୍ୟସଭାରେ ଦାଖଲ ହୋଇଥିବା ଏହି ନୋଟିସରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି। ଟିଏମସି ପକ୍ଷରୁ ଦିଆଯାଇଥିବା ଏହି ନୋଟିସରେ ମୋଟ ସାତଟି ବିନ୍ଦୁ ଉପରେ ଅଭିଯୋଗ ଅଣାଯାଇଛି। ବିଶେଷ କରି ବିହାରରେ ‘SIR’ ପ୍ରକ୍ରିୟା, ନିର୍ବାଚନ କମିଶନଙ୍କ ପକ୍ଷପାତିତା ଏବଂ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଅଯଥା ସୁବିଧା ପ୍ରଦାନ କରୁଥିବା ନେଇ ଅଭିଯୋଗ ହୋଇଛି। ଏଥିସହିତ ସୁପ୍ରିମକୋର୍ଟଙ୍କ ବିଭିନ୍ନ ପୂର୍ବ ନିଷ୍ପତ୍ତିକୁ ମଧ୍ୟ ଏହି ନୋଟିସରେ ଉଦ୍ଧୃତ କରାଯାଇଛି।

Comments are closed, but trackbacks and pingbacks are open.