ସେଲ୍ୟୁଲାଇଟ୍‌

30

ମହିଳାମାନେ ସ୍କିନ୍ ଉପରେ ବିଶେଷ ଧ୍ୟାନ ଦିଅନ୍ତି । କିନ୍ତୁ ଏକ ଗମ୍ଭୀର ସମସ୍ୟା ରହିଛି ଯାହାର ନାମ ସେଲ୍ୟୁଲାଇଟ୍ । ଅନେକ ମହିଳାଙ୍କ ଶରୀରରେ ଏହା ଅଧିକ ଦେଖିବାକୁ ମିଳେ । ସେଲ୍ୟୁଲାଇଟ୍‌କୁ ନେଇ ଅନେକ ଭ୍ରମ ସୃଷ୍ଟି ହୁଏ । ଏହାର କାରଣ ବିଷୟରେ ଖୋଜିଲେ ଅଗଣିତ ସିଦ୍ଧାନ୍ତ ଦେଖିବାକୁ ମିଳିବ ।
କାରଣ- ମହିଳାମାନଙ୍କ ଶରୀରରେ ବଡ଼ ଫ୍ୟାଟ୍ କୋଷିକାସବୁ ଦେଖିବାକୁ ମିଳେ । ଏହି କୋଷିକାଗୁଡ଼ିକର କାରଣ ମହିଳାଙ୍କ ହର୍ମୋନ । ପୁରୁଷମାନଙ୍କ ଶରୀରରେ ଫ୍ୟାଟ୍ କୋଷିକା ମହିଳାମାନଙ୍କ ତୁଳନାରେ ଛୋଟ ଛୋଟ ଥାଏ । ଏହା ବ୍ୟତୀତ ପୁରୁଷଙ୍କ ସ୍କିନ୍ ତଳେ ଫ୍ୟାଟ୍ ବହୁତ କମ୍ ଥାଏ । ଏହି କାରଣରୁ ପୁରୁଷଙ୍କର ସେଲ୍ୟୁଲାଇଟ୍‌ର ସମସ୍ୟା ନଥାଏ । ତେବେ ସବୁ ମହିଳାଙ୍କ ଭିତରେ ଏପରି ସମସ୍ୟା ନଥାଏ । ଶରୀରରେ ଫ୍ୟାଟ୍‌ଥିବା ଲୋବ୍ୟୁଲ୍ସ ବୃଦ୍ଧି ପାଇଲେ ସେଲ୍ୟୁଲାଇଟ୍‌ର ସମସ୍ୟା ଦେଖାଦିଏ । ଏହା ସହିତ ଶରୀରରେ ଯେବେ କୋଲେଜନ୍‌ର ମାତ୍ରା ହ୍ରାସ ପାଏ ସ୍କିନ୍‌ର ମଜବୁତି ଦୁର୍ବଳ ହୋଇଯାଏ ଓ ସ୍କିନ୍‌ର ବାହାର ଭାଗରେ ଫ୍ୟାଟ୍ ଅର୍ଥାତ ସେଲ୍ୟୁଲାଇଟ୍ ଦେଖିବାକୁ ମିଳେ ।
ବଡ଼ ଫ୍ୟାଟ୍ କୋଷିକାର କାରଣ ଓ ଉପଚାର: ହର୍ମୋନ୍ କାରଣରୁ ମହିଳାମାନଙ୍କ ମଧ୍ୟରେ ବଡ଼ ଫ୍ୟାଟ୍ କୋଷିକା ଥାଏ । ମହିଳାମାନେ ପିଲା ଜନ୍ମ ଦେବା ପାଇଁ ପ୍ରସ୍ତୁତ ହେବା ସମୟରେ ଗର୍ଭରେ ଥିବା ପିଲାକୁ ପୋଷଣ ଦେବା ପାଇଁ ଶରୀର ଅନେକ ସ୍ଥାନରେ ଫ୍ୟାଟ୍ ଏକତ୍ର କରି ରଖିଥାଏ ଯେପରି ହିପ୍ସ ଓ ଜଙ୍ଘ ପାଶ୍ୱର୍ରେ । ଏହି ଫ୍ୟାଟ୍ ପିଲା ପାଇଁ ପୋଷଣ ଉପଯୋଗୀ ହୋଇଥାଏ । ସେଲ୍ୟୁଲାଇଟ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ କୋଲେଜନ୍‌ର ସ୍ତରକୁ ବୃଦ୍ଧି କରିବାକୁ ପଡ଼ିବ । କୋଲେଜନ୍ ବୃଦ୍ଧି କରେଇବା ପାଇଁ ସୁସ୍ଥ ଡାଏଟ୍‌ର ଆବଶ୍ୟକତା ରହିଛି । ଏଥିପାଇଁ ସବୁଜ ପନିପରିବା, ଜାମୁକୋଳି ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ । ସୁସ୍ଥ ଖାଦ୍ୟ ସହିତ ବ୍ୟାୟାମ କରିବା ବହୁତ ଜରୁରୀ । ଏହା କୋଲେଜନ୍ ସ୍ତରକୁ ହ୍ରାସ କରେଇବାର କାରଣ ହୋଇଥାଏ । ତେଣୁ ସୁସ୍ଥ ଡାଏଟ୍ ସହିତ ନିୟମିତ ବ୍ୟାୟାମ କରିବା ଉଚିତ ।

Comments are closed, but trackbacks and pingbacks are open.