କେନ୍ଦ୍ରମନ୍ତ୍ରୀଙ୍କ ‘ପଖାଳ ଦିବସ’ ପାଳନ

109

ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ ପଖାଳକୁ ନେଇ ଆଜି ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପଖାଳ ଖାଇ ପଖାଳ ଦିବସ ପାଳନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ‘‘ପଖାଳ ମୋର ପ୍ରିୟ ଖାଦ୍ୟ। ଏହା ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ। ‘ପଖାଳ ଦିବସ’ ଅବସରରେ ପଖାଳ ଖାଇବାର ମଜା ଅଲଗା। ପଖାଳ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲପାଇବା ଓ ଶ୍ରଦ୍ଧାର ପ୍ରତୀକ। ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଦିବସର ଅଭିନନ୍ଦନ’’।

Comments are closed, but trackbacks and pingbacks are open.