‘ତ୍ରିଧାରା’ ଅନୁଷ୍ଠାନ ପକ୍ଷରୁ ୩୬ ତମ ‘ଦେବ ସ୍ମୃତି ‘ ସନ୍ଧ୍ୟା ସମାରୋହ ପାଳନ

33

ଓଡିଶୀ ନୃତ୍ୟ ‘ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ରବିନ୍ଦ୍ରମଣ୍ଡପ ଠାରେ,ମହାନ ଓଡିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସ ଙ୍କ ୩୬ତମ’ଦେବ ସ୍ମୃତି’ ସନ୍ଧ୍ୟା ପାଳନ ହୋଇ ଯାଇଛି I ଏହି ବର୍ଣାଢ୍ୟ ସମାରୋହ କୁ ଶିଳ୍ପୀଗୁରୁ ପଦ୍ମବିଭୁଷଣ ଶ୍ରୀ ସୁଦର୍ଶନ ସାହୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ I ଏହି ଅବସରରେ ଶ୍ରୀ ସାହୁ ନିଜ ମାନସ ପଟରେ ଗୁରୁ ଦେବପ୍ରସାଦ ଙ୍କୁ ମନେପକାଇ ସ୍ମୃତି ଚରଣ କରିଥିଲେ ,ସେ କହିଥିଲେ କି,ଗୁରୁ ଦେବପ୍ରସାଦ ସର୍ବପ୍ରଥମେ ଓଡିଶୀ ନୃତ୍ୟ କୁ ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ପରିବେଷଣ କରି ଓଡିଶୀ ନୃତ୍ୟ ଜଗତ ରେ ଜଣେ ଅଗ୍ରଦୂତ ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ I

ସମ୍ମାନିତ ଅତିଥି ଭାବରେ ଓଡିଶା ବୀମା ଲୋକପାଳ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା କହିଥିଲେ ଓଡ଼ିଶାର ନୃତ୍ୟ ପରମ୍ପରାକୁ,ଗୁରୁ ଦେବପ୍ରସାଦ ବିଶ୍ୱ ଜନାଦୃତ କରିପାରିଥିଲେ I ଗୁରୁ ଦେବପ୍ରସାଦ ଙ୍କ ପରମଶିଷ୍ୟ ତଥା ବରିଷ୍ଠ ନୃତ୍ୟଗୁରୁ ଯିଏକି ଗୁରୁ ଦେବ ପ୍ରସାଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ I ସେ ନିଜ ସ୍ମୃତି ରେ କହିଥିଲେ ଗୁରୁ ଦେବପ୍ରସାଦ ଙ୍କୁ ଭାଇ ବୋଲି ସମ୍ବୋଧନ କରିଥାନ୍ତି ଏବଂ ସେ ତାଙ୍କୁ ସାନ ଭାଇ ଭଳି ନୃତ୍ୟ ଶିକ୍ଷା ଦେଇଛନ୍ତି I ସେ ହେଉଛନ୍ତି ଓଡିଶୀ ନୃତ୍ୟ ପରମ୍ପରାର ଜଣେ ଜାଗ୍ରତ ପ୍ରହରୀ ଇ ଶବ୍ଦଶ୍ୱର ପାଟ୍ଟ ନୃତ୍ୟ ଠାରୁ ଆରମ୍ଭ କରି ,ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ ର ବିଭବ କୁ ସେ ଅତି ସୁନ୍ଦର ଭାବରେ ଶାସ୍ତ୍ରୀୟ ଢଙ୍ଗରେ ସଜାଇଛନ୍ତି I ଏଣୁ ତାଙ୍କ ଶୈଳୀ ଏକ ସ୍ୱତନ୍ତ୍ର ଅଟେ I

ଏହି ମହାନ ଗୁରୁଙ୍କ ସ୍ମୃତି କୁ ଆଉଟିକେ ଗଭୀର କରିବା ପାଇଁ ‘ଦେବ ସ୍ମୃତି’ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ ବିଭିନ୍ନ ଅନୁଷ୍ଠାନ ର ନୃତ୍ୟଶିଳ୍ପୀ ମାନେ I ପ୍ରଥମେ କୁନିକୁନି ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ମନୋମୁଗ୍ଧ କର ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା I ପ୍ରଥମ ଅର୍ଘ୍ୟ ରେ ‘ତ୍ରିଧାରା’ ର କୁନି କଳାକାର ମାନଙ୍କ ଦ୍ୱାରା ‘ ଲକ୍ଷ୍ମୀ ନୃସିଂହ’ ଧ୍ୟାନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I

ସେହିପରି ଦ୍ଵିତୀୟ ଅର୍ଘ୍ୟରେ ‘ତ୍ରିଧାରା’ର କୁନି କଳାକାର ମାନଙ୍କ ଦ୍ୱାରା ‘ଉଠିଲୁ ଏଡେ ବେଗି କାହିଁକି ରେ ଦୁଃଖୀଧନ’ଗୀତକୁ ଓଡିଶୀ ଛନ୍ଦରେ ପରିବେଷଣ କରାଯାଇଥିଲା I

ଏହାପରେ ବେଙ୍ଗଲୁରୁ ର କଳାକାର ମାନେ ଗୁରୁ ଚୈତ୍ର ଛାଇ ଦାସେଗୌଡ଼ା ଙ୍କ ନିର୍ଦେଶନାରେ ‘ଗଣନାୟକ’ ନ୍ତୁତ୍ୟାଭିନୟ ପରିବେଷଣ କରିଥିଲେ I

ପରେ ‘ତ୍ରିଧାରା’ ଅନୁଷ୍ଠାନ ର କୁନି କଳାକାର ମାନଙ୍କ ‘ଦଶାବତାର’ ଦଳଗତ ନୃତ୍ୟ ଦର୍ଶକଙ୍କ ମନମୋହି ଥିଲା I

ସେହିପରି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କ ‘ମାନ ଉଧାରଣ କର ହେ ତାରଣ’ ସଂଗୀତରେ ପାରଳାଖେମୁଣ୍ଡି ର ଗୁରୁ ଦୟାଳୁ ପ୍ରୀୟଙ୍କା ଙ୍କ ନେତୃତ୍ୱରେ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ I

ସେହିପରି ନୂଆଦିଲ୍ଲୀରୁ ଆସିଥିବା ଗୁରୁ ଅତସୀ ମିଶ୍ର ଙ୍କ ତତ୍ୱାବଧାନ ରେ କଳାକାର ମାନେ କୃଷ୍ଣ ଙ୍କ ଦଶାବତାର ଲୀଳା ”କୃଷ୍ଣାୟା ତୁଭ୍ୟମ” ନମଃ ଦର୍ଶକ ମାନଙ୍କୁ ରୋମାଂଚିତ କରିଥିଲା I

ବଲାଙ୍ଗୀର ର ସୁର ଝଙ୍କାର ଶିଳ୍ପୀମାନଙ୍କ ‘ଶିବ ତାଣ୍ଡବ’ଓ ଡାଳ ଖାଇ ନୃତ୍ୟ କୁ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ I ଶେଷରେ ‘ତ୍ରିଧାରା ଅନୁଷ୍ଠାନ ର ବରିଷ୍ଠ ନୃତ୍ୟଶିଳ୍ପୀମାନେ ‘ଇନ୍ଦ୍ରକୃତ ମହାଲକ୍ଷ୍ମୀ ଅଷ୍ଟକଂ’ ପରିବେଷଣ କରିଥିଲେ I

ଓଡିଶୀ ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ନିରଞ୍ଜନ ବେହେରା ,ନୂଆଦିଲ୍ଲୀର ଅତସୀ ମିଶ୍ର,ପ୍ରିୟଙ୍କା କର,ବେଙ୍ଗାଳୁରୁର ଗୁରୁ ଚୈତ୍ର ଛାଇ ଦାସେ ଗୌଡା,ଦୀପିକା ପ୍ରିୟଦର୍ଶିନୀ,ପ୍ରଭୁତୋଷ ପଣ୍ଡା,ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ପରିଶେଷରେ ସମ୍ମାନିତ ଅତିଥି ଭାବରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ନୃତ୍ୟଶିଳ୍ପୀ ମାନଙ୍କୁ ପୁରସ୍କୃତ କରିଥିଲେ ଇ ଅନୁଷ୍ଠାନର ନିର୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଓ କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା ଧନ୍ୟବାଦ ଦେଇଥିଲେ I ରୀନା ପଣ୍ଡା ,ଦୀପିକା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଇ ଏହାସହ ଚନ୍ଦନ କୁମାର ସାହୁ ଉତ୍ତମ ଭାବରେ ସଂଚାଳନା କରିଥିଲେ I

Comments are closed, but trackbacks and pingbacks are open.