ସିଡିଏସ୍ ଜେନେରାଲ୍ ବିପିନ ରାୱତ ଆଉ ନାହାଁନ୍ତି :ହେଲିକପ୍ଟର ଦୁର୍ଘଟଣାରେ ପତ୍ନୀଙ୍କ ସହିତ ୧୩ ଜଣଙ୍କର ମୃତ୍ୟୁ

28

ତାମିଲନାଡୁ ର ନୀଳଗିରି ଜିଲ୍ଲାର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଉପରେ ସିସିଏସ୍ (ୟୁନିୟନ କ୍ୟାବିନେଟର ସୁରକ୍ଷା କମିଟି) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି I
ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ବାୟୁସେନା ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ହେଲିକପ୍ଟରରେ ସମୁଦାୟ ୧୪ ଜଣ ଲୋକ ଥିଲେ। ଏହି ଦୁଖଦଃ ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି I
ସୂଚନାନୁସାରେ ଆଜି ବାୟୁସେନାର Mi-17VHs ହେଲିକପ୍ଟର ସିଡିଏସ୍ ଜେନେରାଲ୍ ବିପିନ ରାୱତ ,ପତ୍ନୀ ମଧୁଲିକା ଏବଂ ଅନ୍ୟ ବରିଷ୍ଠ ୧୪ ଜଣ ବରିଷ୍ଠ ଅଧିକାରୀ ଙ୍କୁ ନେଇ ୱେଲିଙ୍ଗଟନ୍‌ର ପ୍ରତିରକ୍ଷା ସେବା କର୍ମଚାରୀ କଲେଜକୁ ବୁଧବାର ଦିନ ଅପରାହ୍ନ ୩ ଟାରେ ଏକ ନିର୍ଦ୍ଦିଷ୍ଟ ବକ୍ତୃତା ପ୍ରଦାନ କରିବାକୁ ଯାଉଥିଲା। ହେଲିକପ୍ଟରଟି ସୁଲୁର ଏୟାରବେସରୁ ଓହ୍ଲାଇ ୱେଲିଙ୍ଗଟନ୍ ଅଭିମୁଖେ ଯାଉଥିଲା। ଏହି ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.