ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ,ଛାତ୍ରୀ ଆଗରେ

131

ନୂଆଦିଲ୍ଲୀ: ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପାସ ହାର ରହିଛି ପାସ୍ ହାର ୮୮.୩୯ % । ଛାତ୍ରୀଙ୍କ ପାସ୍‍ହାର ୯୧.୬୪ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସହାର ୮୫.୭୦ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ – cbseresults.nic.in ଏବଂ results.cbse.nic.in କୁ ଯାଇ ରେଜଲ୍ଟ ଦେଖିପାରିବେ। ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ ।

CBSEର ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷାରେ ପାସ୍ କରିବା ପାଇଁ ଯେକୌଣସି ଛାତ୍ରଙ୍କ ପାଇଁ ଅତି କମରେ ୩୩ ପ୍ରତିଶତ ନମ୍ବର ପାଇବା ବାଧ୍ୟତାମୂଳକ। ଦ୍ୱାଦଶ ଶ୍ରେଣୀରେ, ଛାତ୍ରଛାତ୍ରୀମାନଙ୍କୁ ତତ୍ତ୍ୱ ଏବଂ ବ୍ୟବହାରିକ ଉଭୟରେ ପୃଥକ ଭାବରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ହାସଲ କରିବାକୁ ପଡିବ।

ଛାତ୍ରଛାତ୍ରୀମାନେ ଡିଜିଲକର ଆପ୍ ମାଧ୍ୟମରେ ସେମାନଙ୍କର ଡିଜିଟାଲ୍ ମାର୍କ ସିଟ୍ ଏବଂ ପ୍ରମାଣପତ୍ର ମଧ୍ୟ ପାଇପାରିବେ। ବୋର୍ଡ ଛାତ୍ରଛାତ୍ରୀମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ SMS ପଠାଇ ଡିଜିଲକର ଲଗଇନ୍ ଆଇଡି ଏବଂ ଆକ୍ସେସ୍ କୋଡ୍ ସେୟାର କରି ସହଜ ରେ ଲଗଇନ୍ କରିପାରିବେ। ଚ

ଏଥର ବୋର୍ଡ ଏକ ନୂତନ ଗ୍ରେଡିଂ ସିଷ୍ଟମ ‘ରିଲେଟିଭ୍ ଗ୍ରେଡିଂ’ ଲାଗୁ କରିଛି, ଯାହା ପୁରୁଣା ସ୍ଥିର ଗ୍ରେଡିଂ ପ୍ୟାଟର୍ନଠାରୁ ଭିନ୍ନ। ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଉପରେ ଚାପ ହ୍ରାସ କରିବା। ଚଳିତ ବର୍ଷ ୪୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀର ଫାଇନାଲ ପରୀକ୍ଷା ୪ ଏପ୍ରିଲରେ ଅନୁଷ୍ଠିତ ହୋଇଥିଲା।

Comments are closed, but trackbacks and pingbacks are open.