ହଟିଲେ CBSE ଅଧ୍ୟକ୍ଷ ଏବଂ ସଚିବ : OSM ତଦନ୍ତ ପାଇଁ ଗଠନ ହେଲା କମିଟି

16

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଅନ୍-ସ୍କ୍ରିନ୍ ମାର୍କିଂ (OSM) ବିବାଦ ତୀବ୍ର ହେବାରେ ଲାଗିଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର CBSEର ଅଧ୍ୟକ୍ଷ ଏବଂ ସଚିବଙ୍କୁ ତତ୍କାଳ ବଦଳି କରିଛନ୍ତି। ଏହା ସହିତ ଅନ୍-ସ୍କ୍ରିନ୍ ମାର୍କିଂ ସେବା ପ୍ରଦାନ ପାଇଁ CBSE ଦ୍ୱାରା ଆପଣାଯାଇଥିବା ପ୍ରକ୍ରିୟାର ତଦନ୍ତ ଲାଗି କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଅନ୍ୟପଟେ ଶିକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ପ୍ରମୁଖ ସାଇବର ସୁରକ୍ଷା ଏଜେନ୍ସି ‘ଇଣ୍ଡିଆନ୍ ସାଇବର କ୍ରାଇମ୍ କୋର୍ଡିନେସନ ସେଣ୍ଟର’ (I4C), CBSE OSM ପୁନଃମୂଲ୍ୟାୟନ ପୋର୍ଟାଲ୍ ଉପରେ ହୋଇଥିବା ସାଇବର ଆକ୍ରମଣର କଡ଼ା ନଜର ରଖିଛି। ଏହି ସାଇବର ଅପରାଧ ପଛରେ ଥିବା ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.