ପ୍ରକାଶ ପାଇଲା ସିବିଏସ୍‌ଇ CBSE ଦ୍ୱାଦଶ ପରୀକ୍ଷା ଫଳ, ୯୭.୭୧% ପିଲା ପାସ୍‌

39

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ପିଲାମାନେ cbse.gov.in, cbseresults.nic.in, digilocker.gov.in ଓ results.cbse.nic.inରେ ନିଜ ରେଜଲ୍ଟ ବିଷୟରେ ଜାଣିପାରିବେ। ଏବେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଦିନ ୨ଟାରେ ସିବିଏସଇ ୧୦ମ ଶ୍ରେଣୀ ଫଳ ପ୍ରକାଶ ପାଇବ।

ଦେଶର ମୋଟ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩,୩୦,୬୬୨ ଜଣ ପିଲା ପାସ କରିଛନ୍ତି। ସେହିପରି ଦଶମ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୧ ଲକ୍ଷ।

ଦ୍ୱାଦଶ ଶ୍ରେଣୀରେ ମୋଟ୍ ୯୨.୭୧ ପ୍ରତିଶତ ପିଲା ପାସ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପୁଣି ବାଜି ମାରିଛନ୍ତି। ଛାତ୍ରୀଙ୍କ ପାସ ହାର ୯୪.୫୪% ଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି। ୩୩ ହଜାର ପିଲା ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୧.୩୪ ଲକ୍ଷ। ୨୦୨୧ ତୁଳନାରେ ପାସ ହାର ୨୦୨୨ରେ ହ୍ରାସ ପାଇଛି। ୨୦୨୧ରେ ପାସ ହାର ୯୯.୩୭% ଥିଲା। ଏଥର ଏହା ୯୨.୭୧%କୁ ଖସିଛି।
କେରଳର ତ୍ରିବେନ୍ଦ୍ରମରେ ସର୍ବାଧିକ ୯୮.୮୩% ପିଲା କୃର୍ତ୍ତକାର୍ଯ୍ୟ ହୋଇଛନ୍ତି। ଏହା ଦେଶରେ ସର୍ବାଧିକ। ଭୁବନେନଶ୍ୱର ରିଜନରେ ପାସ ହାର ୯୦.୩୭% ରହିଛି। ସେହିପରି ପାସ ହାର ଦୃଷ୍ଟି କୋଣରୁ ଭୁବନେଶ୍ୱର ୧୩ ନଂ ସ୍ଥାନରେ ରହିଛି। ଭୁବନେଶ୍ୱର ତଳେ କେବଳ ନୋଏଡା(୯୦.୨୭%) ରହିଛି। ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ ହାର ୯୮. ୧୬%। ତୃତୀୟରେ ଚେନ୍ନାଇ(୯୭.୭୯%), ୪ର୍ଥରେ ଦିଲ୍ଲୀ ଇଷ୍ଟ(୯୬.୨୯%), ୫ମରେ ଦିଲ୍ଲୀ ୱେଷ୍ଟ(୯୬.୨୯%), ୬ଷ୍ଠରେ ଆଜମେର(୯୬.୦୧%), ୭ମରେ ଚଣ୍ଡିଗଡ଼(୯୫.୯୮%),୮ମରେ ପଞ୍ଚକୁଲା(୯୪.୦୮%), ୯ମରେ ଗୌହାଟୀ(୯୨.୦୬%), ୧୦ମରେ ପାଟନା(୯୧.୨୦%), ୧୧ମରେ ଭୋପାଲ(୯୦.୭୪%) ଓ ୧୨ରେ ପୁଣେ(୯୦.୪୮%) ରହିଛନ୍ତି।


cbse.nic.in ୱେବସାଇଟକୁ ଯାଇ ପିଲାମାନେ ନିଜର ରେଜଲ୍ଟ ବିଷୟରେ ଜାଣିପାରିବେ। ଏହି ୱେବସାଇଟରୁ ପିଲାମାନେ ସେମାନଙ୍କର ରୋଲ ନମ୍ବର, ଜନ୍ମ ତାରିଖ ଓ ସ୍କୁଲ କୋଡ୍ ଦେଇ ମାର୍କଶିଟ୍ ଡାଉନଲୋଡ୍ କରିପାରିବେ। କରୋନା କଟକଣା ହଟିବା ପରେ ପ୍ରଥମଥର ଲାଗି ପିଲାମାନେ ଅଫଲାଇନ୍ ପରୀକ୍ଷା ଦେଇଥିଲେ।

Comments are closed, but trackbacks and pingbacks are open.