ସିବିଆଇ ତଦନ୍ତ ମୋ ବିରୁଦ୍ଧରେ ଏକ ଷଡଯନ୍ତ୍ର, ୨ -୪ ଦିନ ମଧ୍ୟରେ ମୋତେ ଗିରଫ କରାଯିବ : ମନୀଷ ସିସୋଦିଆ

44

ଦିଲ୍ଲୀର ନୂଆ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ କୁ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ସିବିଆଇ ଚଢ଼ାଉ ହୋଇଛି I ଏହାପରେ ମନୀଷ ସିସୋଦିଆ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି I ସେ କହିଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତା କାରଣରୁ ବିଜେପି ଈର୍ଷାନ୍ୱିତ ହୋଇ ଏହିଭଳି କରୁଛନ୍ତି I ଏହା ସହିତ ସେ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ଓ ଭୟଭୀତ ନୁହନ୍ତି ବୋଲି କହିଛନ୍ତି I

ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଡିଆ କହିଛନ୍ତି, ‘ଏହି ପ୍ରସଙ୍ଗ କେବଳ ଏକ ଘୋଟାଲା ନୁହେଁ, ବରଂ ସେମାନଙ୍କର ସମସ୍ୟା ହେଉଛି ଅରବିନ୍ଦ କେଜ୍ରିୱାଲ … ସମଗ୍ର ଦେଶରେ କାର୍ଯ୍ୟ କରୁଥିବା ଜଣେ ସଚ୍ଚୋଟ ନେତା ଭାବରେ ସେ କିପରି ଭାବରେ ପରିଚୟ ସୃଷ୍ଟି କରୁଛନ୍ତି। ପଞ୍ଜାବ ପରେ ତାଙ୍କୁ ଜାତୀୟ ବିକଳ୍ପ ଭାବରେ ଦେଖାଯାଉଛି। ଏହି ସମସ୍ତ କାର୍ଯ୍ୟାନୁଷ୍ଠାନ କରି ସେମାନେ କେବଳ ଅରବିନ୍ଦଙ୍କୁ ଅଟକାଇବାକୁ ଚାହୁଁଛନ୍ତି I

ଅରବିନ୍ଦଙ୍କ ସବୁଠାରୁ ବଡ ଶକ୍ତି ତାଙ୍କର ସଚ୍ଚୋଟତା । କାମ କରିବା ଏବଂ କରାଇବା ତାଙ୍କୁ ଠିକ ଭାବେ ଜଣାଅଛି । ସେ ଶିକ୍ଷା ବ୍ୟବସ୍ଥାକୁ ଠିକ କରି ଦେଖାଇଛନ୍ତି । ଅରବିନ୍ଦଙ୍କ କାରଣରୁ ସାରା ବିଶ୍ୱରେ ଭାରତର ନାଁ ଆହୁରି ଉଚ୍ଚା ହେଉଛି । ଅରବିନ୍ଦ ସରକାରର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଘରେ ରେଡ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ କୌଣସି ପ୍ରକାର ଦୁର୍ନୀତି କରିନାହିଁ । ମୁଁ ଅରବିନ୍ଦ ସରକାରର ଶିକ୍ଷା ମନ୍ତ୍ରୀ ଏଥିପାଇଁ ଷଡଯନ୍ତ୍ର କରାଯାଇଛି । ୨ରୁ୪ ଦିନ ଭିତରେ ଗିରଫ କରାଯାଇପାରେ ବୋଲି ସେ ଆଶା କରିଛନ୍ତି । ମୋଦୀ ଏବଂ ଅରିବିନ୍ଦଙ୍କ ମଧ୍ୟରେ ଫରକ ଏହା ଯେ ଅରବିନ୍ଦ ଭଲ କାମକରୁଥିବା ଲୋକଙ୍କ ଠାରୁ ପ୍ରେରଣା ନେଇଥାନ୍ତି । ମୋଦୀ କିନ୍ତୁ ତାଙ୍କ କାମକୁ ରୋକିବାକୁ ପୂରା ଚେଷ୍ଟା କରିଥାନ୍ତି । ସିବିଆଇର ଡର ଦେଖାଇ ସେ ରୋକିବା ପାଇଁ ଚେଷ୍ଟା କରିଥାନ୍ତି । ଅରବିନ୍ଦ ୨୪ ଘଣ୍ଟା ଦେଶର ହିତ କଥା ଭାବୁଥିବା ବେଳେ ମୋଦୀ ୨୪ ଘଣ୍ଟା ଭାବୁଛନ୍ତି କେଉଁ ରାଜ୍ୟରେ କାହାର ସରକାର ଅଛି ଆଉ ତାକୁ କେଉଁଭଳି ହଟାଯାଇପାରିବ । ସିସୋଦିଆ କହିଛନ୍ତି ଆଗାମୀ ୨୦୨୪ ନିର୍ବାଚନ ସାଧାସଳଖ ବିଜେପି ଏବଂ ଆପ ମଧ୍ୟରେ ହେବ ।

ସୂଚନାନୁସାରେ ଗତକାଲି ସକାଳ ସାଢେସାତ ଟାରୁ ସିବିଆଇ ମନିଶ ସିଶୋଦିଆଙ୍କ ବାସଭବନ ରେ ଚଢ଼ାଉ କରିଥିଲା I ତା ସହିତ ପୂର୍ବତନ ଅବକାରୀ କମିଶନର ଆରଭା ଗୋପି କ୍ରିଷ୍ଣଙ୍କ ସମେତ ଅନ୍ୟ ୨୯ଟି ସ୍ଥାନରେ ରେଡ୍‌ କରିଥିଲା। ରେଡ ବେଳେ ସିବିଆଇ କିଛି ଦସ୍ତାବେଜ, ସହିତ ସିସୋଦିଆଙ୍କ କମ୍ପ୍ୟୁଟର ଓ ଫୋନ୍‌କୁ ଜବତ କରିଛି। ସେହିପରି ସିବିଆଇ ରୁଜୁ କରିଥିବା ଏତଲାରେ ମଦ ବ୍ୟବସାୟକୁ ନେଇ ଦୁର୍ନୀତି ଏବଂ ଲାଞ୍ଚ କରାରବାର ହୋଇଥିବା ଦର୍ଶାଯାଇଛି।

Comments are closed, but trackbacks and pingbacks are open.