କେଜ୍ରିୱାଲଙ୍କୁ ଗିରଫ କରିଲା ସିବିଆଇ

79

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ କେଜ୍ରିୱାଲଙ୍କୁ  ଗିରଫ କରିଛି ସିବିଆଇ। ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ପୂର୍ବରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ମାମଲାରେ ନିକଟରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ସ୍ଥଗିତ ରହିଥିବା ବେଳେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ତେବେ ଏପରିସ୍ଥିତିରେ ସୁପ୍ରିମକୋର୍ଟ ଯଦି କେଜ୍ରିୱାଲଙ୍କୁ ଜାମିନ ଦିଅନ୍ତି, ତଥାପି ସେ ଜେଲରେ ରହିବେ।  ପ୍ରକାଶ ଥାଉକି, ଦୀର୍ଘ ୪ ମାସ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ସମନ କରିବା ପରେ ମାର୍ଚ୍ଚ ୨୧ରେ ଗିରଫ କରିଥିଲା।

Comments are closed, but trackbacks and pingbacks are open.