ପୁରୁଷଙ୍କ ଚନ୍ଦାପଣର କାରଣ

22

ଏବେ ମୁଖ୍ୟତଃ ପୁରୁଷଙ୍କ ମଧ୍ୟରେ ଚୁଟି ଝଡିବା ସମସ୍ୟା ଅଧିକ ପରିମାଣରେ ଦେଖାଯାଉଛି । ଏହାର ପ୍ରମୁଖ କାରଣ ହେଉଛି ଏଷ୍ଟ୍ରୋଜେନେଟିକ୍ ଏଲୋପିକା (ମେଲ୍ ପୈଟନ ବୋଲ୍ଡନେସ୍‌) ଅଟେ । ଯାହା ପୁରୁଷଙ୍କ ମଧ୍ୟରେ ଥିବା ଡିଟିଏଚ୍ ହରମୋନ୍‌ର ସ୍ଥିରତା ବିଗିଡିବା କାରଣରୁ ହୋଇଥାଏ । ଏଥିରେ ପୁରୁଷଙ୍କ ମୁଣ୍ଡର ଏକ ଅଂଶରୁ ଚୁଟି ଅଧିକ ଝଡିବାରେ ଲାଗିଥାଏ । ଏକ ଅଧ୍ୟୟନ ଅନୁସାରେ, ୩୦ ପ୍ରତିଶତ ପୁରୁଷଙ୍କ ମଧ୍ୟରେ ଏହି ସମସ୍ୟା ୩୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୋଇ ଯାଇଥାଏ । ତେବେ ଏଷ୍ଟ୍ରୋଜେନେଟିକ୍ ଏଲୋପିକା ପୁରୁଷଙ୍କ ମଧ୍ୟରେ ଚୁଟି ଝଡିବାର ଗୋଟିଏ ପ୍ରମୁଖ କାରଣ ନୁହେଁ । ଆହୁରି ବହୁତ କାରଣ ରହିଛି ଯେଉଥିପାଇଁ ପୁରୁଷଙ୍କ ଚୁଟି ଝଡିଥାଏ । ସେ କାରଣଗୁଡିକ ହେଲା…
– ଖାଦ୍ୟପଦାର୍ଥରେ ସଠିକ୍ ପରିମାଣର ପୌଷ୍ଟିକତା ନରହିଲେ ଶରୀରରେ ଆଇରନ, ପ୍ରୋଟିନ୍‌, ଭିଟାମିନ୍ ‘ଏ’, ଜିଙ୍କସ୍ , କ୍ୟାଲିସିୟମ୍ ପରି ନ୍ୟୁଟ୍ରିୟନ୍‌ର ଅଭାବ ପରିଲିକ୍ଷିତ ହୋଇଥାଏ । ଯେଉଁ କାରଣରୁ ଚୁଟି ଝଡିବା ଆରମ୍ଭ ହୋଇଥାଏ ।
– ତମାଖୁରେ ଥିବା ନିକୋଟିନ୍ କାରଣରୁ ଶରୀରରେ ରକ୍ତ ଶୁଖିଯାଏ । ଏହା ଦ୍ୱାରା ଶରୀରକୁ ଅମ୍ଲଜାନ୍ କମ୍ ମିଳିଥାଏ । ଯାହା ପ୍ରତ୍ୟକ୍ଷ ଭାବେ କେଶ ଉପରେ ପ୍ରଭାବ ପକାଇଥାଏ ।
– ଅଧିକ ମଦ୍ୟପାନ କଲେ ଶରୀରରେ ଟାକ୍ସେସନ୍ ବଢିଥାଏ । ଯେଉଁ କାରଣରୁ ଶରୀରରେ ଜିଙ୍କ୍‌, ଆଇରନ୍ ଓ ପାଣିର ଅଭାବ ପରିଲିକ୍ଷିତ ହୋଇଥାଏ । ଫଳରେ ଚୁଟି ଝଡିଥାଏ ।
– ଚିନ୍ତା କାରଣରୁ ମଧ୍ୟ ଶରୀରରେ ଷ୍ଟ୍ରେସ୍ ବଢିଥାଏ । ଯେଉଁଥିପାଇଁ ମଧ୍ୟ କେଶ ଝଡିଥାଏ ।
– ମୁଣ୍ଡରେ ବିଭିନ୍ନ ଜୀବାଣୁ ତଥା ରୂପି ରହିଲେ ମଧ୍ୟ ଚୁଟି ପ୍ରବଳ ଝଡିଥାଏ । ଯାହା ଚନ୍ଦାପଣ ଆଣିବାରେ ବେଶ୍ ସହାୟକ ।
– ବେଳେବେଳେ ବଡ଼ ବଡ଼ ରୋଗ ଯଥା:- ଥାଇରଏଡ୍‌, ରକ୍ତ ଚାପ ଓ ମାନସିକ ରୋଗ ପାଇଁ ନିଆଯାଉଥିବା ଔଷଧ କାରଣରୁ ଚୁଟି ପ୍ରବଳ ମାତ୍ରାରେ ଉପୁଡ଼ିିଥାଏ ।
– ଚୁଟିରେ ବ୍ୟବହାର କରୁଥିବା ଜେଲ୍‌, ସାମ୍ପୋ, କଣ୍ଡିସିନର୍‌ରେ ଥିବା ରାସାୟନିକ ପଦାର୍ଥର ପ୍ରଭାବରେ ମଧ୍ୟ କେଶ ଝଡିଥାଏ ।

Comments are closed, but trackbacks and pingbacks are open.