ବିହାରରେ ଜାରି ହେଲା ଜାତିଗତ ସର୍ଭେ ରିପୋର୍ଟ

132

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଜାତିଗତ ସର୍ଭେର ରିପୋର୍ଟ ଏବେ ଜାରି କରାଯାଇଛି । ବିହାରର ମୁଖ୍ୟ ସଚିବ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ରିପୋର୍ଟ ପୁସ୍ତକ ରିଲିଜ କରିଛନ୍ତି । ଏହି ପୁସ୍ତକରେ ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି । ତେବେ ରିପୋର୍ଟ ଅନୁସାରେ, ବିହାରରେ ରାଜପୁତଙ୍କ ଜନସଂଖ୍ୟା ୩.୪୫% ଥିବା ବେଳେ ଯାଦବ ୧୪%, ଭୂମିହାର ୨.୮୬% ରହିଛନ୍ତି । ସେହିପରି ବ୍ରାହ୍ମଣ ୩.୬୫% ଏବଂ ନୌନିୟା ସମ୍ପଦାୟର ଜନସଂଖ୍ୟା ୧.୯% ରହିଛି ।

Comments are closed, but trackbacks and pingbacks are open.