କାଜୁବାଦାମ ଚାଷ

36

ଭାରତରୁ ବିଦେଶକୁ ରପ୍ତାନୀ କରାଯାଉଥିବା କୃଷିଜାତ ଦ୍ରବ୍ୟମାନଙ୍କ ମଧ୍ୟରେ ଏହାର ସ୍ଥାନ ଅନ୍ୟତମ । ଏହି ଗଛକୁ ମଞ୍ଜି ପାଇଁ ଚାଷ କରାଯାଏ । ତେବେ ମୃତ୍ତିକା ସଂରକ୍ଷଣ ଉଦ୍ଦେଶ୍ୟରେ ଏହି ଗଛକୁ ମଧ୍ୟ ପାହାଡ଼ିଆ ଅଞ୍ଚଳରେ ଲଗାଯାଇଥାଏ । କାଜୁବାଦାମକୁ ବିଭିନ୍ନ ଭାବରେ ବ୍ୟବହାର କରାଯାଏ । କାଜୁ ଫଳର ରସରେ ଯଥେଷ୍ଟ ଜୀବନିକା \”ଗ\’ ରହିଛି । ଏଥିରୁ ସ୍କ୍ୱାସ୍ ପ୍ରସ୍ତୁତ କରାଯାଇଥାଏ । ଏଥିରୁ ପ୍ରସ୍ତୁତ ମଦ କେତେକ ଅଞ୍ଚଳରେ ବେଶ୍ ଲୋକପ୍ରିୟ । କାଜୁ ମଞ୍ଜିହକୁ ବହୁ ଅଧିକ ଦାମରେ ବିକ୍ରି କରାଯାଏ । ଏଥିରେ ଶତକଡ଼ା ୨୧.୨ ଭାଗ ପୁଷ୍‌ିସାର, ୪୬.୯ ଭାଗ ସ୍ନେହସାହର, ୨.୪ ଭାଗ ଖଣିଜ ଲବଣ, ୧.୩ ଭାଗ ତନ୍ତୁ ଜାତୀୟ ପଦାର୍ଥ, ୫.୯ ଭାଗ ଜଳୀୟ ଅଂଶ ଓ ୨୨.୩ ଭାଗ ଶ୍ୱେତସାର ରହିଥାଏ । ଏଥି ସହିତ ଯଥେଷ୍ଟ ପରିମାଣର ଜୀବନିକା କ, ଖ, ଗ, କାଲସିଅମ, ଲୌହ ଓ ଫସଫରସ ରହିଥିବାର ଜଣାଯାଏ । କାଜୁ ମଞ୍ଜିରୁ ଶତକଡ଼ା୨୫ ଭାଗ ଖାଦ୍ୟ ଉପଯୋଗୀ କାଜୁ ଶସ ବାହାରିଥାଏ ।
କାଜୁବାଦାମ ଫଳରେ ଶତକଡ଼ା ୭୩.୬ ଭାଗ ଜଳୀୟ ଅଂଶ ସହିତ ୧୧.୬ ଭାଗ ଶ୍ୱେତସାର, ୦.୨ ଭାଗ ଖଣିଜ ଲବଣ, ୦.୨ ଭାଗ ପୁଷ୍ଟିସାର ଓ ୦.୧ ଭାଗ ସ୍ନେହସାର ରହିଥାଏ । ମଞ୍ଜି ଉପରେ ରହିଥିବା ଖୋଳରେ ଯଥେଷ୍ଟ ପରିମାଣର ତୈଳ ଅଂଶ ରହିଥାଏ । ଏହି ତେଲକୁ ମଧ୍ୟ ବିଦେଶକୁ ରପ୍ତାନୀ କରାଯାଇଥାଏ ।
ଆର୍ଦ୍ର, ଉଷ୍ଣ ଜଳବାୟୁରେ କାଜୁଗଛ ଭଲ ବଢ଼ିଥାଏ । ଅତ୍ୟଧିକ ଶୀତ ପଡ଼ିଲେ ଗଛ ଭଲ ବଢ଼େ ନାହିଁ । ସମୁଦ୍ର ଉପକରଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ, ସବୁଠି ଏହି ଗଛ ଦେଖିବାକୁ ମିଳିଥାଏ । ସମୁଦ୍ର ପତ୍ତନଠାରୁ ୭୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଏହା ଚାଷ କରାଯାଇ ପାରିବ । କାଜୁବାଦାମ ଗଛର ଜନ୍ମ ଆମେରିକାରେ ହୋଇଥିଲେ ମଧ୍ୟ ଏହା ଆମ ଦେଶରେ ବେଶ ବ୍ୟାପିଯାଇଛି । ଆମ ରାଜ୍ୟରେ ପ୍ରାୟ ୯୦,୦୦୦ ହେକ୍ଟର ଜମିରେ କାଜୁବାଦାମ ଚାଷ କରାଯାଇଥାଏ ।
ମୁଖ୍ୟତଃ ପତିତ ଜମିରେ କାଜୁବାଦାମ ଗଛ ଲଗାଯାଇଥାଏ । ଅବଶ୍ୟ ଆଜିକାଲି ଅଧିକ ଲାଭ ପାଇବା ପାଇଁ ଉର୍ବର ଜମିରେ ଏହାକୁ ଚାଷ କରାଗଲାଣି । ବାଲିଆ ମାଟିରୁ ଆରମ୍ଭ କରି ପଥୁରିଆ ଜମି, ସବୁଠି ଏହା ଚାଷ କରାଯାଇପାରିବ । ଜମି ନିଗିଡ଼ା ହୋଇଥିଲେ ଗଛ ଭଲ ବଢ଼େ । କିନ୍ତୁ ଅଧଧିକ ମଟାଳ ତଥା କୃଷ୍ଣ କାର୍ପାସ ମୃତ୍ତିକାରେ ଏହା ଭଲ ହୋଇ ନଥାଏ ।
କାଜୁବାଦାମର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ଭେଙ୍ଗ୍ରୁଲା-୧, ବିପିପି-୪, ଭୁବନେଶ୍ୱର-୧, ବିଏଲ୍‌ଏ-୧୩୯-୧, ଏମ୍ ୪୪/୩, ହାଇବ୍ରିଡ୍ ୨-୧୭ହ, ଜଗନ୍ନାଥ, ବଳଭଦ୍ର, ଭିଆର୍‌ଇ-୨, ଆଦି ଭଲ ଅମଳ ଦେଇଥାଏ ।
ଜୁନ୍‌-ଜୁଲାଇ ମାସରେ କାଜୁବାଦାମ ଲଗାଯାଏ । କଲମି ଗଛ ବା ମଞ୍ଜିରୁ ହୋଇଥିବା ଚାରା ଗଛ ଲଗାଯାଇଥାଏ । ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ୮ ମିଟର ଦୂରତାରେ ଗଛ ଲଗାଯାଏ । ଏହି ହିସାବରେ ଲଗାଇଲେ ଏକର ପ୍ରତି ପ୍ରାୟ ୬୩ଟି ଗଛ ରହିଥାଏ । ଆଭ୍ୟନ୍ତରୀଣ ଜିଲ୍ଳାମାନଙ୍କରେ ୬ ମିଟର ଦୂରତାରେ ଗଛ ଲଗାଯାଇପାରିବ । ଏହି ହିସାବରେ ଏକର ପ୍ରତି ୧୧୧ଟି ଲାଗିଥାଏ । ଗାତର ଲମ୍ବ, ଓସାର ଓ ଗଭୀରତା ୭୫ ସେଣ୍ଟିମିଟର ହେବା ଆବଶ୍ୟକ । ଲଗାଇବା ବେଳେ ଗଛ ପିଛା ୨-୩ ଝୁଡ଼ି ସଢ଼ା ଖତ ଦେବାକୁ ହୁଏ ।
କାଜୁବାଦାମ ଫସଲରେ ଖତସାର ପ୍ରୟୋଗ କରିବା ଜରୁରୀ । ଏକ କ୍ୱିଣ୍ଟାଲ ଅମଳ ପାଇଁ ଏହି ଗଛ ମାଟିରୁ ୮୮୦୦ ଗ୍ରାମ ଯବକ୍ଷାର, ୨୫୦୦ ଗ୍ରାମ ଫସଫରସ୍ ଓ ୪୨୦୦ ଗ୍ରାମ ପଟାସ ଗ୍ରହଣ କରିଥାଏ ।
ପ୍ରଥମ ବର୍ଷ ଗଛ ପିଛା ୧୧୦ ଗ୍ରାମ ଯବକ୍ଷାର ଓ ୬୦ ଗ୍ରାମ ଫସଫରସ୍ ଦରକାର ହୋଇଥାଏ । ଏଥିପାଇଁ ୨ହ୪୦ ଗ୍ରାମ ୟୁରିଆ ଓ ୩୭୫ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଆବଶ୍ୟକ ହେବ । ଏହା ବଦଳରେ ୨୧୦ ଗ୍ରାମ ଗ୍ରୋମୋର (୨୮-୨୮-୦) ସହିତ ୧୧୦ ଗ୍ରାମ ୟୁରିଆ ବ୍ୟବହାର କରାଯାଇପାରିବ ।
ଦ୍ୱିତୀୟ ବର୍ଷ ଗଛ ପ୍ରତି ୨୦୦ ଗ୍ରାମ ଯବକ୍ଷାର, ୧୦୦ ଗ୍ରାହମ ଫସଫରସ୍ ୬୦ ଗ୍ରା ପଟାସ ଦରକାର ହେବ । ଏଥିପାଇଁ ୪୪୦ ଗ୍ରାମ ୟୁରିଆ, ୬୨୫ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୧୦୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଆବଶ୍ୟକ ପଡ଼ିବ । ଏହା ବଦଳରେ ୩୬୦ ଗ୍ରାମ ଗ୍ରୋମୋର (୨୮-୨୮-୦), ୨୨୦ ଗ୍ରାମ ୟୁରିଆ ଓ ୧୦୦ ଗ୍ରାମ ମ୍ୟୁରେଟ୍ ଅଫ ପଟାସ ବ୍ୟବହାର କରାଯାଇପାରିବ ।
ତୃତୀୟ ବର୍ଷ ଗଛ ପ୍ରତି ୨୫୦ ଗ୍ରାମ ଯୁବକ୍ଷର, ୧୨୫ ଗ୍ରାମ ଫସଫରସ୍ ଓ ୧୨୫ ଗ୍ରାମ ପଟାସ ଆବଶ୍ୟକ ହେବ । ଏଥିପାଇଁ ୫୫୦ ଗ୍ରାମ ୟୁରିଆ, ୭୮୦ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୨୧୦ ଗ୍ରାମ ୁ୍ୟରେଟ୍ ଅଫ୍ ପଟାସ ଦରକାର ହେବ । ଏହା ବଦଳରେ ୮୩୦ ଗ୍ରାମ ଶ୍ୟାମଳା ଓ ୨୭୫ ଗ୍ରାମ ୟୁରିଆ ଦରକାର ହେବ । ଏହା ବଦଳରେ ୪୮୦ ଗ୍ରାମ ଏନ୍‌ପିକେ (୧୦-୨୬-୨୬) ଓ ୪୪୫ ଗ୍ରାମ ୟୁରିଆ ବ୍ୟବହାର କରାଯାଇପାରିବ ।
ଚାରି ବର୍ଷର ହୋଇଗଲେ ଗଛ ପ୍ରତି ୩୦୦ ଗ୍ରାମ ଯବକ୍ଷାର, ୧୫୦ ଗ୍ରାମ ଫସଫରସ୍ ଓ ୧୫୦ ଗ୍ରାମ ପଟାସ ଦରକାର ପଡ଼ିବ । ଏଥିପାଇଁ ୬୬୦ ଗ୍ରାମ ୟୁରିଆ, ୯୪୦ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୨୫୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଆବଶ୍ୟକ ହେବ । ଏହା ବଦଳରେ ୧ କିଲୋଗ୍ରାମ ଶ୍ୟାମଳା ଓ ୩୩୦ ଗ୍ରାହମ ୟୁରିଆ ଦରକାର ପଡ଼ିବ । ଏହା ବଦଳରେ ୫୮୦ ଗ୍ରାମ ଏନ୍‌ପିକେ (୧୦-୨୬-୨୬) ସହ ୫୩୦ ଗ୍ରାମ ୟୁରିଆ ମିଶାଇ ବ୍ୟବହାର କରାଯାଇ ପାରିବ ।
ଏସବୁ ସାରକୁ ଦୁଇ ଭାଗ କରି ଏକ ଭାଗ ଜୁଲାଇ ମାସରେ ଓ ଅନ୍ୟ ଭାଗଯି ଅକ୍ଟୋବର ମାସରେ ପ୍ରୟୋଗ କରିବାକୁ ପଡ଼ିବ । କାଜୁବାଦାମ ବଗିଚାରେ ଚିନାବାଦାମ, ଝୁଡ଼ଙ୍ଗ, କୋଳଥ, ବିରି ଆଦି ଫସଲ ଅନ୍ତଃଫସଲ ଭାବେ ନିଆଯାଇପାରେ । ମାଟିକୁ ଖୁସାଇ ଘାସ ବାଛି ଦେବା ଉଚିତ । ଅଧିକ ଘାସ ହେଲେଶ ରୋଗପୋକ ହେବାର ଆଶଙ୍କା ବଢ଼ିଯାଏ ।
କାଜୁବାଦାମ ଗଛରେ କାଣ୍ଡବିନ୍ଧା ପୋକ ଲାଗିଥାନ୍ତି । ଏହି ପୋକ ଗଛର ଛୋଟ ଅବସ୍ଥାରେ କାଣ୍ଡକୁ କଣା କରି ଖାଇଦିଅନ୍ତି । କ୍ଷତ ସ୍ଥାନରୁ ରସ ନିର୍ଗତ ହୁଏ । ପରବର୍ତ୍ତୀ ସମୟରେ ଡାଳ ଶୁଖିଯାଏ ଓ ଗଛ ସମ୍ପୂର୍ଣ୍ଣ ମରିଯାଏ । ବେଳେବେଳେ ଉଙ୍କୁଣିଆ ପୋକ ଲାଗିଥାଏ । ଏମାନେ ଗଛରୁ ରସ ଶୋଷି ଖାଇବା ଯୋଗୁଁ ଗଛ ରୁଗ୍‌ଣ ହୋଇଯାଏ । ଏମାନଙ୍କୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୨ ମିଲିଲିଟର କୁଇନାଲଫସ ବା ୪ ଗ୍ରାମ କାର୍ବାରିଲ ଗୁଣ୍ଡ ମିଶାଇ ସ୍ପ୍ରେ କରିବାକୁ ହେବ ।
କାଜୁବାଦାମରେ ଡାଇବ୍ୟାକ୍ ରୋଗ ହୋଇଥାଏ । ଏହି ରୋଗ ହେଲେ ଡାଳ ଉପରେ ଧଳା ବା ପାଟଳ ବର୍ଣ୍ଣର ଦାଗ ଦେଖାଯାଏ । ଆକ୍ରାନ୍ତ ଡାଳଗୁଡ଼ିକ ଅଗ ଆଡ଼ୁ ଶୁଖିବା ଆରମ୍ଭ ହୁଏ । ପ୍ରତି ଲିଟର ପାଣି ସହ ୩ ଗ୍ରାମ ହିସାବରେ ଇଣ୍ଡୋଫିଲ ଏମ୍‌-୪୫ ବା ବ୍ଲାଇଟକସ-୫୦ ମିଶାଇ ସ୍ପ୍ରେ କଲେ ଏହି ରୋଗ ଦାଉରୁ ରକ୍ଷା ମିଳିପାରିବ ।
ଗୋଟିଏ କାଜୁବାଦାମ ଗଛରୁ ପ୍ରାୟ ୮-୧୦ କିଲୋଗ୍ରାମ ମଞ୍ଜି ଅମଳ ହୋଇଥାଏ । ଏକର ପ୍ରତି ୫-୬ କୁଇଣ୍ଟାଲ ଅମଳ ମିଳିଥାଏ ।

Comments are closed, but trackbacks and pingbacks are open.