କାର ଭିତରୁ ମିଳିଲା ପୁଳାପୁଳା ଟଙ୍କା

56

ଭୁବନେଶ୍ୱର,: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ ଏକ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ମିଳିଛି। ଘଟଣାରେ ଦିବ୍ୟଜ୍ୟୋତି ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଅନ୍ୟପକ୍ଷେ ଦିବ୍ୟଜ୍ୟୋତି ମଦପିଇ ଗାଡ଼ି ଚଳାଉଥିବା ବେଳେ, ଏତେ ଟଙ୍କା କେଉଁଠୁ ଆଣିଲେ, ସେନେଇ ପଚରାଉଚରା ଚାଲିଛି। ତେବେ ଚେକିଂ ବେଳେ ଦିବ୍ୟଜ୍ୟୋତିଙ୍କ କାର ଦୁର୍ଘଟଣା ଘଟାଇ ଥିବା ପୋଲିସ କହିଛି । ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ି ଭାଙ୍ଗିଯାଇଛି । ଗାଡ଼ି ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.