ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ

25

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ଦଳରେ ବଡ଼ ଧରଣର ବିଭାଜନ ଦେଖାଦେଇଛି ଏବଂ ଅନେକ ପ୍ରଭାବଶାଳୀ ନେତା ଦଳ ଛାଡ଼ିଛନ୍ତି। ଏସବୁ ମଧ୍ୟରେ ମମତାଙ୍କୁ ଏବେ ଆଉ ଏକ ବଡ଼ ଝଟକା ଲାଗିଛି। ଏକ ସଭାରେ ସାମ୍ପ୍ରଦାୟିକ ଭାବନାକୁ ଉସୁକାଇବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି।କୋଲକାତାର ହରେ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ମମତା ବାନାର୍ଜୀଙ୍କ ବିରୋଧରେ ଏହି ମାମଲା ଦାୟର କରାଯାଇଛି। ସୂଚନା ଅନୁଯାୟୀ, ୨୦୨୬ ନିର୍ବାଚନ ପ୍ରଚାର ସମୟରେ ଏକ ରାଜନୈତିକ ସଭାରେ ଘୃଣାପୂର୍ଣ୍ଣ ଭାଷଣ  ଓ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Comments are closed, but trackbacks and pingbacks are open.