କେଭିଙ୍କ ନାମରେ ମାମଲା

87

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ନାମରେ ନିର୍ବାଚନୀ ମାମଲା ରୁଜୁ ହୋଇଛି । କେ ଭି ନିର୍ବାଚନ ବେଳେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ପରାଜିତ ପ୍ରାର୍ଥୀ ସରୋଜ ମେହେର ଅଭିଯୋଗ କରିଛନ୍ତି । ସ୍ଥାବର ଅସ୍ଥାବର ସମ୍ପତ୍ତି ଓ ଅପରାଧିକ ତଥ୍ୟ କେ ଭି ସିଂହଦେଓ ଲୁଚାଇଥିବା ଶ୍ରୀ ମେହେର ଅଭିଯୋଗ କରିଛନ୍ତି । ପରାଜିତ ବିଜେଡି ପାର୍ଥି ସରୋଜ ମେହେର କରିଥିବା ମାମଲା ଆଧାରରେ  ହାଇକୋର୍ଟ  ନୋଟିସ କରିଛନ୍ତି  । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ ତାରିଖରେ ହେବ । ଏହି ଦିନ ମଧ୍ୟରେ ଉତ୍ତର ରଖିବାକୁ କେଭି ସିଂହଦେଓଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।୨୦୨୪ ନିର୍ବାଚନରେ ସରୋଜ ମେହେର ପାଟଣାଗଡ ନିର୍ବାଚନ କ୍ଷେତ୍ରରୁ କେଭି ସିଂଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥିରେ ସେ ସିଂଦେଓଙ୍କଠାରୁ ୧୩୫୭ ଭୋଟରେ ହାରିଥିଲେ। ପ୍ରକାଶ ଯେ ନିର୍ବାଚନକୁ ପାଖାପାଖି ୨ ମାସ ପୂରିଲାଣି । ତଥାପି ନିର୍ବାଚନରେ ଅନିୟମିତତାର ଅଭିଯୋଗ ସାମନାକୁ ଆସିବା ଲାଗିଛି । ନିକଟରେ ଏଭଳି ନିର୍ବାଚନରେ ଅନିୟମିତିତା ତଥା ମିତ୍ୟାସତ୍ୟ ପାଠ ସମ୍ପର୍କରେ ମାମଲାରେ ମାନ୍ୟବର ହାଇକୋର୍ଟ ୩ ବିଧାୟକଙ୍କୁ ନୋଟିସ କରିଛନ୍ତି । 

Comments are closed, but trackbacks and pingbacks are open.