ପ୍ରାତଃଭ୍ରମଣ ବେଳେ ମାଡ଼ିଗଲା କାର୍; ୩ ମୃତ

15

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଉତ୍ତରା ଅଞ୍ଚଳରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ଥିବା କୃପାଜଳ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ଏକ ଦ୍ରୁତଗାମୀ କାର୍ ଦୁଇଜଣ ମହିଳାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କାର୍ ଚାଳକଙ୍କର ମଧ୍ୟ ପ୍ରାଣହାନି ଘଟିଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୬ଟା ୩୦ ସମୟରେ ଉତ୍ତରା ଅଞ୍ଚଳର ବିବିଲତା ସାହୁ (୬୦) ଏବଂ ଯାଜପୁର ଜିଲ୍ଲା ଅଧଳିଆ ଅଞ୍ଚଳର ଦୀପାଞ୍ଜଳି ରାଉତ (୩୮) ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ମୃତ କାର୍ ଚାଳକଙ୍କ ନାମ ରୋନକ୍ ବୋଲି ଜଣାପଡିଛି। କାର୍‌ରେ ଥିବା ଉଭୟ ଯୁବକ ଛାତ୍ର ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.