ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ଆଘାତ ସମ୍ପର୍କରେ ବିସିସିଆଇ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ, ସେ ହସ୍ପିଟାଲରେ ଅଛନ୍ତି। ଗିଲ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରୁ ବାଦ ପଡ଼ିଛନ୍ତି, ରିଷଭ ପନ୍ତ ବର୍ତ୍ତମାନ ଦଳର ଅଧିନାୟକ ଅଛନ୍ତି। ଟେଷ୍ଟର ଦ୍ୱିତୀୟ ଦିନରେ ବ୍ୟାଟିଂ କରୁଥିବା ସମୟରେ ଗିଲ ବେକ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ପରେ ସେ ରିଟାୟାର୍ଡ ହର୍ଟ ହୋଇଥିଲେ। ବିସିସିଆଇ ଏହାର ବିବୃତ୍ତିରେ କହିଛି ଯେ, “କଲିକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଅଧିନାୟକ ଶୁଭମନ ଗିଲ ବେକରେ ଆଘାତ ପାଇଥିଲେ। ଦିନର ଖେଳ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ସେ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଛନ୍ତି। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିବ।”
Comments are closed, but trackbacks and pingbacks are open.