ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଶୁକ୍ରବାର ଅପରାହ୍ନରେ ଚିକିତ୍ସା ନମିଳିବାରୁ ରୋଗୀଙ୍କ ସହିତ ଆସିଥିବା ଜଣେ ସମ୍ପର୍କୀୟ ଡାକ୍ତରଙ୍କ ସହିତ ଆଟେଣ୍ଡାଣ୍ଟଙ୍କୁ ଆକ୍ରମଣ କରିଛନ୍ତି ।ସୂଚନାମୁତାବକ, ଅର୍ଥୋପେଡ଼ିକ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ ଜଣେ ରୋଗୀ ହେଲେ ସମୟ ହୋଇଯାଇଥିବାରୁ ଡାକ୍ତର ତାଙ୍କୁ କାଜୁଆଲିଟି ଯିବାକୁ କହିଥିଲେ । ଯାହା ଫଳରେ ଚିକିତ୍ସା ନପାଇବାରୁ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ଉକ୍ତ ରୋଗୀଙ୍କ ସହିତ ଆସିଥିବା ତାଙ୍କର ସମ୍ପର୍କୀୟ। ରୋଗୀଙ୍କ ଆକ୍ରମଣରେ ଡାକ୍ତରଙ୍କ ହାତ ଭାଙ୍ଗିବା ସହ ଆଟେଣ୍ଡାଣ୍ଟ ଆହତ ହୋଇଥିବା ସୂଚନା ମିଳିଛି।ଅଭିଯୋଗ ପରେ ନିମାପଡାରୁ ଉକ୍ତ ଯୁବକଙ୍କୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୋଲିସ ।
Comments are closed, but trackbacks and pingbacks are open.