ପୌର ନିର୍ବାଚନ ପାଇଁ ଘୋଷଣା ହେଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

11

ରାଜ୍ୟରେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ I ଏହା ପରେ ପରେ ପୌରାଞ୍ଚଳ ମାନଙ୍କରେ ଆରମ୍ଭ ହେଇଯିବ ପୌର ନିର୍ବାଚନ । ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।ଏନେଇ ନୋଟିଫିକେସନ୍ ଜାରି କରାଯାଇଛି । ଏହି ନୋଟିଫିକେସନ୍ ଉଭୟ କାଉନ୍ସିଲର୍ ଓ ଚେୟାରପର୍ସନଙ୍କ ପାଇଁ ଜାରି ହୋଇଛି । ନୋଟିଫିକେସନ୍ ଅନୁସାରେ, ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳ ପାଇଁ କାଉନ୍ସିଲର୍ ମାନେ ଅଧିକାଂଶ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ମେୟର ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିଭଳି ୫୦ ହଜାର ଜନସଂଖ୍ୟା ଥିଲେ କାଉନସିଲର ଖର୍ଚ୍ଚ କରିପାରିବେ ୫୦ ହଜାର ଟଙ୍କା । ସେହିପରି ଜନସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୭୫ ହଜାର ଟଙ୍କା । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୩ ଲକ୍ଷ ଟଙ୍କା । ଜନସଂଖ୍ୟା ୧ ଲକ୍ଷରୁ ଅଧିକ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କା । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ରହିଛି ।

Leave A Reply

Your email address will not be published.