ବିରୋଧୀ ଙ୍କ ପକ୍ଷରୁ ବିଜେଡି ପ୍ରାର୍ଥୀ ଙ୍କ ପୋଷ୍ଟର ଓ ବ୍ୟାନର୍‌ ଚିରା , ଥାନାରେ ଅଭିଯୋଗ କଲା ବିଜେଡି

18

ପାଞ୍ଚାୟତ ନିର୍ବ।ଚନ ଦିନ ଯତେ ପାଖେଇଆସୁଛି ଗାଁ ରାଜନୀତି ପାଣିପାଗ ସରଗରମ ହୋଇ ଉଠିଛି I ତା ସହିତ ଗାଁ ଗୁଡିକ ମଧ୍ୟ ଦଳ ଦଳ ହୋଇ ଭାଗ ହେଇ ସାରିଲେଣି I ସେହିପରି ପାଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଦଳଦଳ ଭିତରେ ବଳ କଷାକଷି ବଢିବା ଆରମ୍ଭ ହୋଇଯାଇଛି । କେଉଁଠି ପୋଷ୍ଟର ଚିରା ଆରମ୍ଭ ହେଲାଣି ତ କେଉଁଠି ପ୍ରାର୍ଥୀଙ୍କୁ ଅପହରଣ I ସେହିଭଳି ନୟାଗଡ ଜିଲ୍ଲା ର ବ୍ଲକ୍ ନ.୧୪ ଜୋନ ରେ ବିଜେଡି ପ୍ରାର୍ଥୀଙ୍କ ବ୍ୟାନର, ପୋଷ୍ଟର୍ ଏବଂ ହୋଡିଂ ଗୁଡିକ ଇଟାମାଟି ପଞ୍ଚାୟତର ବିଭିନ୍ନ ସ୍ଥାନରୁ ଉଭାନ ହେବା ସହ ଚିରାଯାଉଥିବା ତାଙ୍କର ସମର୍ଥକମାନେ ଅଭିଯୋଗ କରିଛନ୍ତି ।
ଏନେଇ ବିଜେଡି କର୍ମୀମାନେ ଇଟାମାଟି ଥାନାରେ ଏକ ଅଭିଯୋଗ କରିଛନ୍ତି । ୧୪ ନ.ବ୍ଲକ ରେ ବିଜେଡିର ପତିଆରା ବଢୁଥିବାରୁ ବିରୋଧୀମାନେ ହାରିଯିବା ଭୟରେ ଏଭଳି କାଣ୍ଡ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଯେଉଁମାନେ ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦଳୀୟ ସମର୍ଥକ ଦାବି କରିଛନ୍ତି । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏସ୍.ପି. ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବବୋଲି ସମର୍ଥକ କହିଛନ୍ତି।

Leave A Reply

Your email address will not be published.