TNPSC ମିଳିତ ଇଞ୍ଜିନିୟରିଂ ସେବା ପରୀକ୍ଷା 2022: 500 ରୁ ଅଧିକ ପଦବୀ ପାଇଁ ତାମିଲନାଡୁ ଆୟୋଗ ର ଆବେଦନ ପରୀକ୍ଷା ମାଧ୍ୟମରେ ହେବ ପ୍ରାର୍ଥୀ ଚୟନ

37

ନୂଆଦିଲ୍ଲୀ: TNPSC ମିଳିତ ଇଞ୍ଜିନିୟରିଂ ସେବା ପରୀକ୍ଷା 2022: ତାମିଲନାଡୁ ଜନସେବା ଆୟୋଗ (TNPSC) TNPSC ମିଳିତ ଇଞ୍ଜିନିୟରିଂ ସେବା ପରୀକ୍ଷା 2022 ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି I ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ତାମିଲନାଡୁର ଜନସେବା ଆୟୋଗର ଅଫିସିଆଲ୍ ୱେବସାଇଟ୍ tnpsc.gov.in କୁ ଯାଇ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ I ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩ ମଇ ୨୦୨୨ I ଆସନ୍ତା ୨୬ ଜୁନ୍ ୨୦୨୨ ରେ ପରୀକ୍ଷା ହେବ I ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ ଏବଂ ପରୀକ୍ଷା ଦୁଇଟି ପେପର ପାଇଁ ହେବ I ପ୍ରଥମ ସିଫ୍ଟ ସକାଳ ୯ :୩୦ ରୁ ୧୨ :୩୦ ପର୍ଯ୍ୟନ୍ତ ଏବଂ ପେପର ୨ ପାଇଁ, ୨ PM ରୁ ୫ PM ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ I ସମୁଦାୟ ୬୨୫ ଟି ପୋଷ୍ଟ ପାଇଁ ଏହି ପରୀକ୍ଷା କରାଯାଉଛି I ଏହି ପଦବୀଗୁଡ଼ିକ ବିଭିନ୍ନ ବିଭାଗ ପାଇଁ ଉଦ୍ଦିଷ୍ଟ I

ପଦବୀ ପାଇଁ ବିବରଣୀ

ଅଟୋମୋବାଇଲ୍ ଇଞ୍ଜିନିୟର: ୦୪ ପୋଷ୍ଟ

ଜୁନିଅର ଇଲେକ୍ଟ୍ରିକାଲ୍ ଇନ୍ସପେକ୍ଟର: ୦୮ ଟି ପୋଷ୍ଟ

ସହକାରୀ ଯନ୍ତ୍ରୀ: ୫୭୭ ପୋଷ୍ଟ

ସହକାରୀ ନିର୍ଦ୍ଦେଶକ: ୧୮ ଟି ପୋଷ୍ଟ

ଜେନେରାଲ୍ ଫୋରମ୍ୟାନ : ୦୭ ଟି ପୋଷ୍ଟ

ପଦବୀ ପାଇଁ ବିବରଣୀ

ବୈଷୟିକ ସହାୟକ: ୧୧ ଟି ପୋଷ୍ଟ

ବେତନ

ଅଟୋମୋବାଇଲ୍ ଇଞ୍ଜିନିୟର ଙ୍କ ଦରମା ୫୬ ,୧୦୦ ରୁ ୨୦,୫୭୦୦ ଟଙ୍କା I ଅନ୍ୟପକ୍ଷରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ୩୭ ,୭୦୦ ରୁ ୧ ,୩୮ ,୫୦୦ ଟଙ୍କା ଏବଂ ମନୋନୀତ ପ୍ରାର୍ଥୀ ଅବଶିଷ୍ଟ ପଦବୀ ପାଇଁ ୩୭ ,୭୦୦ ରୁ ୧ ,୩୮ ,୫୦୦ ଟଙ୍କା ପାଇବେ।

ଶିକ୍ଷାଗତ ଯୋଗ୍ୟତା

ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ପ୍ରଯୁଜ୍ୟ ଇଞ୍ଜିନିୟରିଂ ଶାଖାରେ BE କିମ୍ବା BET ଡିଗ୍ରୀ କରିଥିବା ଆବଶ୍ୟକ I

ବୟସ ସୀମା

ଅଟୋମୋବାଇଲ୍ ଇଞ୍ଜିନିୟର୍, ଜେନେରାଲ୍ ଫୋରମ୍ୟାନ ଏବଂ ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୭ ବର୍ଷ ଏବଂ ଅବଶିଷ୍ଟ ପଦବୀ ପାଇଁ ସର୍ବାଧିକ ବୟସ ୩୨ ବର୍ଷ ହେବା ଉଚିତ୍ I

ଆବେଦନ ଶୁଳ୍କ

ପ୍ରାର୍ଥୀଙ୍କୁ ରେଜିଷ୍ଟ୍ରସନ ପାଇଁ ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ I ଏଥି ସହିତ ୨୦୦ ଟଙ୍କା ପରୀକ୍ଷା ଫି ମଧ୍ୟ ଦେବାକୁ ପଡିବ | ଅନଲାଇନ୍ ଆବେଦନ ପ୍ରକ୍ରିୟା ସମୟରେ ପରୀକ୍ଷା ଫି ଦେବାକୁ ପଡିବ I

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ: ୦୩ ମଇ ୨୦୨୨

ପ୍ରଥମ ପେପର ର ପରୀକ୍ଷା ତାରିଖ: ୨୬ ଜୁନ୍ ୨୦୨୨ ସକାଳ ୯ .୩୦ ରୁ ୧ ୨ .୩୦ I

୨ୟ ପେପର – ତାମିଲ ଯୋଗ୍ୟତା ପରୀକ୍ଷା ଏବଂ ସାଧାରଣ ଅଧ୍ୟୟନ ପାଇଁ ପରୀକ୍ଷା ତାରିଖ: ୨୬ ଜୁନ୍ ୨୦୨୨ ରୁ ୨ PM ରୁ ୫ PM

Comments are closed, but trackbacks and pingbacks are open.