ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ କରିବେ ସତ୍ୟପାଠ: ଭୁଲ ତଥ୍ୟ ଦେଲେ ୬ ମାସ ଜେଲ ଓ ଜୋରିମାନା

17

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ I ତୃଣମୂଳ ସ୍ତରରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ ବ୍ୟବସ୍ଥା I ଏହି ବ୍ୟବସ୍ଥା ଅନୁସାରେ ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ସତ୍ୟପାଠ ଜରିଆରେ ନିଜର ସମସ୍ତ ତଥ୍ୟ ଦେବେ । ଏଥିରେ ସେମାନଙ୍କର , ଶିକ୍ଷାଗତ ଯୋଗ୍ୟତା,ଅପରାଧିକ ମାମଲା, ସମ୍ପତ୍ତି ତଥ୍ୟ ବାଧ୍ୟତାମୂଳକ ରହିବ । ଏହି ସତ୍ୟପାଠ ରେ ପ୍ରାର୍ଥୀ ଯଦି ଭୂଲ ତଥ୍ୟ ଦିଅନ୍ତି ତାହେଲେ ୬ ମାସ ଜେଲ ଓ ଜୋରିମାନା ଦେବାକୁ ପଡ଼ିବ । ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସମସ୍ୟଙ୍କ ପାଇଁ ନିୟମ ଲାଗୁ ହେବ । ଏନେଇ ଆଜି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ । ଏହା ଦ୍ୱାରା ଓଡ଼ିଶା ପଞ୍ଚାୟତ ଆଇନର ସଂଶୋଧନ କରାଯିବ । ଫଳରେ ତୃଣମୂଳ ସ୍ତରରେ ମଇଦାନକୁ ଓହ୍ଲାଇବାକୁ ଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟପାଠ ଜରିଆରେ ନିଜ ସମ୍ପର୍କୀତ ତଥ୍ୟ ଦେବେ । ଏହାକୁ ସାର୍ବଜନୀନ କରାଯାଇ ସମସ୍ତ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଯଦି ଏହା ଭୁଲ୍‌ ପ୍ରମାଣିତ ହୁଏ ତେବେ ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.