ବି୨ଏସ୨ ଔଷଧକୁ ଆୟୁର୍ବେଦ ଫର୍ମୂଲା ମାଧ୍ୟମରେ କ୍ୟାନ୍ସରରୁ କିପରି ବଞ୍ଚିତ ହେବେ ?

37

କ୍ୟାନ୍ସର ନାଁ ଶୁଣିଲେ ମଣିଷର ଛାତି ଥରିଯାଏ । ଯଦି ଆମେ କହିବା ତ ସାରା ବିଶ୍ୱରେ ଏକ ଭୟଙ୍କର ସମସ୍ୟା ଭାବେ କଣ ଉଭା ହୋଇଛି ତେବେ ତାହା ହେଉଛି କ୍ୟାନ୍ସର । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ଲୋକଙ୍କୁ କ୍ୟାନସର ସଂକ୍ରମିତ କରୁଛି । ଗତ ୨୦୨୨ରେ ଭାରତରେ ୧୪ ଲକ୍ଷରୁ ଅଧିକ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ପକ୍ଷରୁ ଜାରି ରିପୋର୍ଟରୁ ଜଣାପଡ଼ିଥିଲା । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିପୋର୍ଟ ମୁତାବକ ଭାରତରେ ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ଭୟଙ୍କର କର୍କଟ ରୋଗରେ ସଂକ୍ରମିତ ହେଉଛି । ଉଭୟ ପୁରୁଷ ଓ ମହିଳା ଫୁସଫୁସ ଓ ସ୍ତନ କର୍କଟରେ ଆକ୍ରାନ୍ତ ହେଉଛନ୍ତି ।

ତେବେ ବୈଜ୍ଞାନିକମାନେ କ୍ୟାନସରକୁ ନେଇ ଅନବରତ ଗବେଷଣା ଜାରି ରଖିଥିବା ବେଳେ ନିକଟରେ ଏନେଇ ଏକ ବଡ଼ ସଫଳତା ମିଳିଛି । ଏକ ଆୟୁର୍ବେଦ ମେଡିସିନ ‘ବି୨ଏସ୨’ ଦ୍ୱାରା କ୍ୟାନସର ଚିକିତ୍ସା କରାଯାଇ ପାରିବ ବୋଲି କୁହାଯାଇଛି । ଖୁବଶୀଘ୍ର କ୍ୟାନସରର ଟ୍ରିଟମେଣ୍ଟ ପାଇଁ ଟ୍ରାଏଲ ଆରମ୍ଭ କରାଯିବ । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଏହି ଟ୍ରାଏଲ କରାଯିବାକୁ ଥିବାବେଳେ ଏହା ଶେଷ ହେବାକୁ ଏକ ବର୍ଷ ସମୟ ଲାଗିବ ।

କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ, ଏମିଲ ଫାର୍ମା, ଟାଟା ମେମୋରିଆଲ ହସ୍ପିଟାଲ ଓ ଆୟୁଷ ମହାନିର୍ଦ୍ଦେଶାଳୟର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇ ପାରିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଆୟୁବେଦ ମୁତାବକ, ବି୨ଏସ୨ ଔଷଧକୁ ଆୟୁର୍ବେଦ ଫର୍ମୂଲା ମାଧ୍ୟମରେ ପ୍ରସ୍ତୁତ କରାଯାଇଛି । ଏହି ଔଷଧ କ୍ୟାନସର ସେଲ୍ସର ଗ୍ରୋଥକୁ ରୋକି ପାରିବ ବୋଲି ଲାବ ଟେଷ୍ଟରୁ ଜଣାପଡ଼ିଛି । ଏବେ ଏହାକୁ ନେଇ ଅଧିକ ରିସର୍ଚ୍ଚ କରାଯାଉଛି । ତେଣୁ ଏହା କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇ ପାରିବ ବୋଲି ଆଶା କରାଯାଉଛି । ଏହି ମେଡିସିନ କ୍ୟାନସର ବିରୋଧରେ ଇମ୍ୟୁନିଟି ବଢ଼ାଇବା ସହିତ କ୍ୟାନସର ସେଲସର ବିକାଶକୁ ଧୀମା କରିଦେଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

Comments are closed, but trackbacks and pingbacks are open.