୬୫୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ

27

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ।୬୫୦ କୋଟି ଟଙ୍କା ବ୍ୟୟ ରେ ଭୁବନେଶ୍ୱର ନାଇଜର କ୍ୟାମ୍ପସରେ ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ । ଭାରତ ସରକାରଙ୍କ ଅଟୋମିକ ଏନର୍ଜି ମନ୍ତ୍ରଣାଳୟ ଓ ଟାଟା ଟ୍ରଷ୍ଟ ସହଯୋଗରେ ଏହି ହସ୍ପିଟାଲ ନିର୍ମାଣ କରାଯିବ । ନୂଆଦିଲ୍ଲୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହଙ୍କ ସହ ଆୟୋଜିତ ବୈଠକରେ ଏ ନେଇ ଆଲୋଚନା ହୋଇଛି । ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣରେ ଭାରତ ସରକାର ୪୦୦ କୋଟି ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ କରିବେ ।
ଏଥିପାଇଁ ନାଇଜର ୧୭ ଏକର ଜମି ଦେଇସାରିଥିବାବେଳେ ଅତିରିକ୍ତ ୧୦ଏକର ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇଦେବ । ଏହି କ୍ୟାନସର ହସ୍ପିଟାଲକୁ ଟାଟ ଟ୍ରଷ୍ଟ ନିର୍ମାଣ କରିବା ପରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ । ଆଗାମୀ ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାମ ଶେଷ ହେବ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଟାଟ ମେମୋରିଆଲ ସେଂଟରର ଅଧିକାରୀ ଓ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.