ପିଜିଟି ଲିଖିତ ପରୀକ୍ଷା ବାତିଲ୍‌

48

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ପିଜିଟି (ପୋଷ୍ଟ ଗ୍ରାଜୁଏଟ ଟିଚର) ଲିଖିତ ପରୀକ୍ଷା ବାତିଲ ହୋଇଛି। ରବିବାର ହେବାକୁଥିବା ୩ଟି ବର୍ଗର ଲିଖିତ ପରୀକ୍ଷାକୁ ଓପିଏସସି ବାତିଲ କରିଛି । ପଦାର୍ଥ ବିଜ୍ଞାନ, ଗଣିତ ଏବଂ ଓଡ଼ିଆ ବିଷୟର ଅପ୍ସନାଲ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ନିର୍ଦ୍ଦେଶ ଦିଆଯାଇଛି। ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ କରିଛନ୍ତି ଓପିଏସସି ସଂପାଦକ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓପିଏସସି ବିଜ୍ଞପ୍ତି ପ୍ରକାଶ କରି ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଅନ୍ୟ ଅପ୍ସନାଲ ବିଷୟ ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ। ଆଜିର ବାତିଲ ପରୀକ୍ଷାଗୁଡ଼ିକ କେବେ ହେବ ସେନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓପିଏସସି ସମ୍ପାଦକ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.