ଟରୋଣ୍ଟ ବସ୍‌ ଦୁର୍ଘଟଣା ରେ ୫ ଭାରତୀୟ ଛାତ୍ର ମୃତ

24

କାନାଡାର ଟରଣ୍ଟୋରେ ବସ ଦୁର୍ଘଟଣା ଘଟି ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏବଂ ଅନ୍ୟ ଦୁଇଜଣ ଛାତ୍ର ଆହତ ହୋଇଛନ୍ତି iଭାରତର ହାଇକମିଶନର ଅଜୟ ବିସାରିୟା କହିଛନ୍ତି, ଟରୋଣ୍ଟୋରେ ଥିବା କନସଲେଟ୍ ଜେନେରାଲ୍ ଟିମ୍ ସହାୟତା ପାଇଁ ପୀଡିତଙ୍କ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


କାନାଡ଼ା ଗଣମାଧ୍ୟମ CP24 ଅନୁଯାୟୀ ଛାତ୍ରମାନଙ୍କୁ ନେଇ ଏକ ବସ୍‌ ଯାତ୍ରା କରୁଥିବା ବେଳେ ଓଣ୍ଟାରିଓ ନିକଟରେ ଏକ ଟ୍ରାକ୍ଟର-ଟ୍ରେଲର ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ମୃତ ଛାତ୍ରମାନଙ୍କୁ ଚିହ୍ନଟ କରାଯାଇଛି। ମୃତକମାନେ ହେଲେ ହରପ୍ରୀତ ସିଂ, ଜସପିନ୍ଦର ସିଂ, କରଣପାଲ ସିଂ, ମୋହିତ ଚୌହାନ ଏବଂ ପୱନ କୁମାର ବୋଲି ଜଣାପଡିଛି । ସେମାନଙ୍କର ବୟସ ୨୧ରୁ ୨୪ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି । ପୋଲିସ କହିଛି ଯେ ସେମାନେ ସମସ୍ତେ ଗ୍ରେଟର ଟରୋଣ୍ଟୋ ଏବଂ ମୋଣ୍ଟ୍ରିଆଲ୍ ଅଞ୍ଚଳର ଛାତ୍ର ଥିଲେ । ସେମାନେ ରାଜପଥରେ ଏକ ଯାତ୍ରୀବାହୀ ଭ୍ୟାନରେ ପଶ୍ଚିମ ଦିଗକୁ ଯାଉଥିଲେ । ଶନିବାର ସକାଳ ପ୍ରାୟ ୩ଟା ୪୫ ବେଳେ ଟ୍ରାକ୍ଟର-ଟ୍ରେଲର ପରସ୍ପର ସହିତ ଧକ୍କା ହୋଇଥିଲା । ପୋଲିସ କହିବାନୁସାରେ ଦୁର୍ଘଟଣା ପରେ ଅନ୍ୟ ଦୁଇ ଗୁରୁତର ଆହତ ଯାତ୍ରୀଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇଛି I ତେବେ ସେମାନଙ୍କ ଅବସ୍ଥା ସମ୍ପର୍କରେ କୌଣସି ପ୍ରକାର ସୂଚନା ଜଣାପଡିନି । ଦୁର୍ଘଟଣାର ପରେ ପୋଲିସ ତଦନ୍ତ ଜାରି ରହିଛି । ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ ।

Comments are closed, but trackbacks and pingbacks are open.