କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ସନ୍ଦେହ ରେ ୨ ଅଟକ

29

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ୨ ଜଣଙ୍କୁ ସନ୍ଦେହ ରେ ଅଟକ ରଖିଛି ଚାନ୍ଦବାଲି ପୋଲିସ । ସେମାନେ ହେଲେ କଟକରୁ ରଞ୍ଜନ ନାୟକ ଓ ଆଉ ଜଣେ ହେଲେ ରାଜ୍ୟ ସରକାରଙ୍କ ଅଧୀନ ରେ କାର୍ଯ୍ୟ କରି ନିକଟରେ ଅବସର ନେଇଥିବା ଜଣେ ଓଆଇଏସ୍ (OIS) ଅଧିକାରୀ I ତେବେ ଏହି ଜଘନ୍ୟ ହତ୍ୟା କାଣ୍ଡ ର ମାଷ୍ଟର ମାଇଣ୍ଡ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଏପର୍ଯ୍ୟନ୍ତ ଫେରାର ରହିଛି Iକେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି । ସେହିପରି ପୂର୍ବରୁ ହତ୍ୟାକାଣ୍ଡରେ ସାମିଲ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ ।

Comments are closed, but trackbacks and pingbacks are open.