ଓଡିଶା ଶାଖା ଇନିଷ୍ଟଚ୍ୟୁଟ ଅଫ ପବ୍ଲିକ ଅଡିଟ ଭବନର ଶିଳାନ୍ୟାସ କଲେ ସିଏଜି

27

ଭୁବନେଶ୍ୱର : ସ୍ଥାନୀୟ ଗଙ୍ଗନଗରସ୍ଥିତ ଓଡିଶା ଶାଖା ଇନିଷ୍ଟଚ୍ୟୁଟ ଅଫ ପବ୍ଲିକ ଅଡିଟ ଶାଖାର ନୂତନ ଭବନ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି ) ଆଜି ଅପରାହ୍ନରେ ଶିଳାନ୍ୟାସ କରିଛନ୍ତି l ଜାତୀୟ ଶାଖାର ସଭାପତି ତଥା ଉପ – ଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପାଣ୍ଡେଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ଓଡିଶା ଶାଖାର ସଭାପତି ତଥା ପୂର୍ବତଟ ରେଳବାଇର ଅଡିଟ ର ମହା ନିର୍ଦେଶକ ଶ୍ରୀ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରା, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଓ ସିଏଜିଙ୍କ ସଚିବ ଡ଼ ଆଶୁତୋଷ ଶର୍ମା ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ସିଏଜି ଶ୍ରୀ ମୁର୍ମୁ ଶିଳାନ୍ୟାସ କରିଥିଲେ l ଓଡିଶା ଶାଖାର ସଚିବ ଶ୍ରୀ ଅଶ୍ୱନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଧାନ କରିଥିଲେ l

ମୁଖ୍ୟ ଅତିଥି ଶ୍ରୀ ମୁର୍ମୁ ଓଡିଶା ଶାଖାର କାର୍ଯ୍ୟ ଦକ୍ଷତା ଓ ନିଷ୍ଠା ପାଇଁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ଅନୁଷ୍ଠାନ ସମଗ୍ର ଦେଶରେ ପଞ୍ଚାୟତିରାଜ ସଂସ୍ଥା ଯଥା କର୍ପୋରେଟ ସଂସ୍ଥା, ସମାଜ କଲ୍ୟାଣ ଅନୁଷ୍ଠାନ, ଜିଲ୍ଲା ପରିଷଦ, ମୁନିସିପାଲିଟି ଓ ସର୍ବୋପରି ବିଭିନ୍ନ ଗବେଷଣା ଅନୁଷ୍ଠାନରେ ବିନିଯୋଗ ହେଉଥିବା ଅର୍ଥ କିପରି ଠିକ ଭାବେ ଉପଯୋଗ ହେଉଛି କି ନା ଦେଖିବା ସହ ଏହାକୁ ଅଡିଟ କରୁଥିବା ଅନୁଷ୍ଠାନକୁ ସ୍ୱଚ୍ଛ ଓ ନିର୍ମଳ ହୋଇ ପାରିବ ତାହା ଦେଖିବା ସହ ସେମାନଙ୍କୁ ତାଲିମ ପ୍ରଦାନ କରିବ lଏହାପରେ ଇୟୁନିଟ 4 ରେ ନିର୍ମାଣ କରାଯାଇଥିବା ନୂତନ ବହୁବିଧ କଲ୍ୟାଣ ମଣ୍ଡପକୁ ଲୋକାର୍ପଣ କରିଥିଲେ l

ଏହି ଅବସରରେ ଆୟୋଜିତ ଉଦଘାଟନୀ ସମାରୋହରେ ପ୍ରଧାନ ମହାଲେଖାକାର ଶ୍ରୀ ରାଜ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ ମହାଲେଖାକାର ମନାଲିକା ବୋର୍ଗହାଇନି ଧନ୍ୟବାଦ ଅର୍ପଣ କରିଥିଲେ l ସିଏଜି ଶ୍ରୀ ମୁର୍ମୁ ଓ ଡେପୁଟି ସିଏଜି ଶ୍ରୀ ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉଦଘାଟନୀ ସ୍ମୃତିରେ ଶ୍ରୀ ମୁର୍ମୁ ବୃକ୍ଷ ରୋପଣ କରିବା ସହ ଏ. ଜି କଲୋନୀ ବୁଲି କଲୋନୀବାସୀଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ l

Comments are closed, but trackbacks and pingbacks are open.