ଆକ୍ସନ ମୋଡରେ କେସିଆର !

20

ବିଆରଏସ ରବିବାର ମହାରାଷ୍ଟ୍ରର ନାଂଦେଡରେ ଏକ ବଡ ରାଲି କରିଛି । ଦଳର ମୁଖ୍ୟ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ଜନସଭାକୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଦେଶରେ ସ୍ୱାଧିନତାର ଏତେ ବର୍ଷ ପରେ ବି ଲୋକଙ୍କୁ ପାଣି ମିଳୁନାହିଁ, ନା ପିଇବା ପାଇଁ ନା ଚାଷ ପାଇଁ । ଏତେ ସରକାର ଆସିଲେ ଗଲେ ହେଲେ ସେମାନେ କଲେ କ’ଣ । ମୁଖ୍ୟମନ୍ତ୍ରୀ କହିଛନ୍ତି ମହାରାଷ୍ଟ୍ରରେ ଏତେ କୃଷକ ଆତ୍ମହତ୍ୟା କଲେ, ଏହା ମୋତେ ବହୁତ ଦୁଃଖ ଦେଇଛି ।

କେସିଆର କହିଛନ୍ତି ‘ଅବକି ବାର କିସାନ ସରକାର’, ଏବେ ଆମକୁ ରାଷ୍ଟ୍ରୀୟ ସ୍ତରକୁ ଯିବାକୁ ପଡିବ । ଏବେ ଏକ ବଡ ପରିବର୍ତ୍ତନ ଦରକାର, କେତେକ ଲୋକ ଆସୁଛନ୍ତି ଆଉ ଲମ୍ବା ଲମ୍ବା ଭାଷଣ ଦେଇ ଚାଲିଯାଉଛନ୍ତି, ମନର କଥା କହି ଚାଲିଯାଉଛନ୍ତି । ୭୫ ବର୍ଷ ପରେ ବି ଦେଶକୁ ପାଣି, ବିଜୁଳି ମିଳୁନାହିଁ । ଖାଲି ଦେଶରେ ଭାଷଣ ଚାଲୁଛି, କୃଷକଙ୍କ ଆଡେ କେହି ଧ୍ୟାନ ଦେଉନାହାନ୍ତି ।

ତେବେ ଏମିତି କହି ବିଜେପି ଟାର୍ଗେଟ କରିଛନ୍ତି କେସିଆର । ଆଗାମୀ ଦିନରେ କେତେ କାମ ଦେଉଛି କେସିଆରଙ୍କ ରଣନିତୀ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.