ସମ୍ ଅଲଟିମେଟ ମେଡ଼ିକେୟାରରେ ଆରମ୍ଭ ହେବ କ୍ୟାଡଭର ପ୍ରତ୍ୟାରୋପଣ ସେବା

33

ମୃତ ବ୍ୟକ୍ତିଙ୍କ ଶରୀରରୁ ସଂଗୃହିତ କିଡ଼ନୀର ପ୍ରତ୍ୟାରୋପଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ କରାଯିବାର ପ୍ରକିୟା (କାଡାଭର ପ୍ରତ୍ୟାରୋପଣ) ଖୁବ ଶୀଘ୍ର ସମ ଆଲଟିମେଟ ମେଡ଼ିକେୟାର ହସ୍ପିଟାଲରେ ଆରମ୍ଭ କରାଯିବ ।ଗୁରୁବାର ସମ ହସ୍ପିଟାଲରେ ବିଶ୍ୱ କିଡ୍‌ନୀ ଦିବସ ପାଳନ ଅବସରରେ ଏହା ହସ୍ପିଟାଲ କର୍ତ୍ତୃପକ୍ଷ ଏହା ପ୍ରକାଶ କରିଛନ୍ତି |

ସାରା ବିଶ୍ୱରେ କିଡ୍‌ନୀ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହି ରୋଗରୁ ମୁକୁଳିବା ନିମନ୍ତେ ସଚେତନତା ବୃଦ୍ଧି ସହ ରୋଗର ନିରାକରଣ ନିମନ୍ତେ ପ୍ରଚେଷ୍ଟା କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ସମର ଚିଫ ଅଫ ମେଡିକାଲ ସରଭିସେସ ବ୍ରିଗେଡିଅର ଡାକ୍ତର ବିରାଜ ମୋହନ ମିଶ୍ର।

ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ଆମେ ଲୋକଙ୍କୁ ସଚେତନ କରିବା ଦିଗରେ ବଦ୍ଧପରିକର | ତେଣୁ ଜନସାଧାରଣ କିଭଳି ନିୟମିତ ଭାବେ ନିଜ କିଡ଼ନୀର ତତ୍ତ୍ଵ ନେବେ, ଆଗୁଆ ପରୀକ୍ଷଣ କରିବେ ଓ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଓ ଡାଏଲିସୀସ ର ସୁବିଧା ଉପଲବ୍ଧ ହୋଇ ପାରିବ ସେ ଦିଗରେ ଆମେ ଯତ୍ନବାନ ଅଛୁ ବୋଲି ସୂଚନା ଦେଇଛନ୍ତି ସମ ହସ୍ପିଟାଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶିକା ଡ଼ଃ ଶ୍ୱେତପଦ୍ମା ଦାଶ।

କିଡ଼ନୀ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ସମ ପକ୍ଷରୁ କିଡ଼ନୀ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ତ୍ଵରାନ୍ବିତ କରାଯାଉଛି ଏବଂ ମେଡିକାଲ ଟିମ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଡ଼ଃ ଦାଶ କହିଛନ୍ତି। କିଡ଼ନୀ ରୋଗ ଏକ ବିଶ୍ୱ ସ୍ତରୀୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏ ଦିଗରେ ସଚେତନତା ସୃଷ୍ଟି ଦିଗରେ ବିଶ୍ୱ କିଡ଼ନୀ ଦିବସ ପାଳନ କରାଯାଉଥିବା ଡ଼ଃ ଦାଶ ପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ମଧ୍ୟ ସଚେତନତା ସମ୍ପର୍କୀତ ଏକ କର୍ମଶାଳା ଆୟୋଜିତ ହୋଇଛି । ଏହି ଅବସରରେ ସମ ଡାକ୍ତରଖାନାର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡକ୍ଟର ବିରାଜ ମୋହନ ମିଶ୍ର, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ଡେପୁଟି ମେଡିକାଲ୍ ସୁପରିନଟେଣ୍ଡେଣ୍ଟ ଡାକ୍ତର ଆନନ୍ଦ ମିଶ୍ରଙ୍କ ସହିତ ହସ୍ପିଟାଲର ଡାକ୍ତର, ନର୍ସ, ପାରାମେଡ଼ିକାଲ କର୍ମଚାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ସିଏମ୍‌ଏସ୍ ବ୍ରିଗେଡିୟର୍ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ହସ୍ପିଟାଲ୍ ଟିମ୍‌ର ଅବଦାନକୁ ପ୍ରଶଂସା କରିଥିଲେ । ଡକ୍ଟର ରାୟ କିଡ୍‌ନୀର ଯତ୍ନ ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ଏ ସମ୍ପର୍କିତ ଜ୍ଞାନ ମଧ୍ୟରେ ଥିବା ପ୍ରଭେଦ ସମ୍ପର୍କରେ ଆଲୋକପାତ କରିଥିଲେ ।

ବଢ଼ୁଥିବା କିଡ୍‌ନୀ ସମସ୍ୟା ସମ୍ପର୍କରେ ଆଲୋଚନା କରି ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର ଡାକ୍ତର ତାପସ ରଞ୍ଜନ ବେହେରା ନିୟମିତ କିଡ୍‌ନୀ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ଭିଜିଟିଙ୍ଗ କନ୍ସଲଟାଣ୍ଟ ଡାକ୍ତର ବିଶ୍ୱ ରଞ୍ଜନ ମହାନ୍ତି ଏହି ଦିବସ ପାଳନ ଏବଂ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ । ସୁଷମ ଖାଦ୍ୟ ଗ୍ରହଣ ଏବଂ ନିୟମିତ ବ୍ୟାୟାମ ଦ୍ୱାରା ହିଁ କିଡ୍‌ନୀକୁ ସୁସ୍ଥ ରଖିହେବ ବୋଲି କହିବା ସହ କିଡ୍‌ନୀ ରୋଗର ଚିକିତ୍ସା ନିମନ୍ତେ ଡାୟଲିସିସ ଏବଂ କିଡ୍‌ନୀ ପ୍ରତ୍ୟାରୋପଣ ସମ୍ପର୍କରେ ସୂଚନା ଦେଇଥିଲେ ।

ୟୁରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ପ୍ରିୟବ୍ରତ ଦାସ ପ୍ରାଥମିକ ସ୍ତରରେ ପରୀକ୍ଷା ଓ ଚିକିତ୍ସା ଦ୍ୱାରା କିପରି କିଡ୍‌ନୀ ସମସ୍ୟାକୁ ଦୂର କରିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେ ମଧ୍ୟ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଜୀବନଶୈଳୀ ଓ ସୁଷମ ଖାଦ୍ୟ ଉପରେ ଗୁରତ୍ୱ ଦେଇଥିଲେ ।

Comments are closed, but trackbacks and pingbacks are open.