ବିଧାନସଭା ଭଙ୍ଗ ପାଇଁ କ୍ୟାବିନେଟ ସୁପାରିଶ

78

ଭୁବନେଶ୍ୱର: ଶେଷ ହୋଇଛି ୨୦୨୪ ସାଧାରଣ ନିର୍ବାଚନ । ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି ଭୋଟଗଣତି । ଏହା ପୂର୍ବରୁ ଆଜି ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଆଉ ଏହି ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରାଯାଇଛି । ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ସୁପାରିଶ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।  ପ୍ରକାଶଯେ ଆଜି ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକ ଆଜି ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ବୈଠକରେ ସାମିଲ ହୋଇଥିଲେ ।  ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।  ତେବେ ଆସନ୍ତାକାଲି ସକାଳୁ ଭୋଟ ଗଣତି ଆରମ୍ଭ ହେବ । ଉଭୟ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନର ଗଣତି ହେବାକୁ ଯାଉଛି । ରାଜ୍ୟରେ ଏଥର ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଶାସକ ଦଳ ପୁଣି କ୍ଷମତା ହାସଲ କରି ରାଜ୍ୟରେ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ନେଇ ଦମ୍ଭୋକ୍ତି ଦେଖାଉଥିବା ବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି କହୁଛି । ଏହାରି ମଧ୍ୟରେ ଶେଷ ପର୍ୟ୍ୟାୟ ଭୋଟିଂ ପରେ ଆସିଥିବା ‘ଏକଜିଟ ପୋଲ’ ରେ ରାଜ୍ୟରେ ବିଜେପି ପ୍ରାୟ ୧୫ ଲୋକସଭା ଆସନ ହାତେଇବ ବୋଲି ପୂର୍ବାକଳନ ପ୍ରକାଶ ପାଇଛି । ସେହିପରି ବିଧାନସଭା ଫଳାଫଳ ନେଇ ଏକାଧିକ ସଂସ୍ଥା ରିପୋର୍ଟ ସାର୍ବଜନୀନ କରିନଥିବା ବେଳେ ଗୋଟିଏ ଜାତୀୟ ଗଣମାଧ୍ୟମ ନିଜ ସର୍ଭେରେ ବିଜେପି ଓ ବିଜେଡିକୁ ପ୍ରାୟ ସାମାନ ଆସନ ଦେବା ସହ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବା ନେଇ ସଙ୍କେତ ଦେଇଛି । ଆସନ୍ତାକାଲିର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି ।

Comments are closed, but trackbacks and pingbacks are open.