୩ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

28

ଭୁବନେଶ୍ୱର: ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହୋଇଛି । ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଏହି ପରିପ୍ରେକ୍ଷୀରେ ଏଣିକି ସରକାରୀ ଚାକିରିରେ ଥାଇ ବାପାଙ୍କ ମୃତ୍ୟୁ ହେଲେ ତାଙ୍କ ଝିଅଙ୍କୁ ଚାକିରି ମିଳିବ । ଅବିବାହିତା ଝିଅ ବା ସାବତ ଝିଅଙ୍କୁ ଚାକିରି ପ୍ରଦାନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଥଇଥାନ ଯୋଜନାରେ ଅବିବାହିତା ଝିଅ ବା ସାବତ ଝିଅଙ୍କୁ ଚାକିରି ମିଳିବ । ଅଗ୍ନିବୀରଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କରାଯାଇଛି । ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିିର୍ସରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।୧ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ । ପୁଲିସ, ଅଗ୍ନିଶମ ଓ ବିନବିଭାଗରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । 

Comments are closed, but trackbacks and pingbacks are open.