ଆସନ୍ତାକାଲି କ୍ୟାବିନେଟ ବୈଠକ: କ’ଣ ହେବ ଆଲୋଚନାର?

22

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାଲି ସଂଧ୍ୟାରେ ବସିବ ଏହି ବୈଠକ । ଆଗକୁ ରହିଛି ବିଧାନସଭା ମୌସୁମୀ ଅଧିବେଶନ l

ତେବେ ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହାପୂର୍ବରୁ କାଲି ବସୁଥିବା ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକରେ କି ନିଷ୍ପତ୍ତି ନିଆଯିବ ତା ଉପରେ ରହିଛି ସମସ୍ତଙ୍କର ନଜର । ଆଗକୁ ମୌସୁମୀ ଅଧିବେଶନ ତ ରହିଛି, ଏହାଛଡା ନିର୍ବାଚନ ବି ଆଗକୁ ଥିବାରୁ ଏହି ଅଧିବେଶନ ଖୁବ ଗୁରତ୍ୱପୂର୍ଣ୍ଣ ହୋଇପାରେ l ତେବେ ଏହି ବୈଠକରେ କିଛି ପ୍ରମୁଖ ବିଷୟ ଉପରେ ମୋହର ବାଜିପାରେ ବୋଲି ମଧ୍ୟ ଆଶା ରହିଛି ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ସହ କ୍ରୀଡ଼ା ଓ ଯୁବ ସେବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା , ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସମ୍ପଦ, ଅର୍ଥ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ଏହି ବୈଠକରେ ଆଲୋଚନା କରାଯାଇପାରେ ।

Comments are closed, but trackbacks and pingbacks are open.